thelifelinemedia
Latest Odisha News, Breaking News Today

ବିଜେପିର ମିଶନ ୨୦୨୪ ଆରମ୍ଭ, ବିହାର, ପଶ୍ଚିମବଙ୍ଗ, ମଧ୍ୟ ପ୍ରଦେଶ ସମେତ ୧୩ ରାଜ୍ୟର ନୂଆ ପ୍ରଭାରୀ ଘୋଷଣା

ନୂଆଦିଲ୍ଲୀ: ବିଜେପି ୨୦୨୪ ଲୋକସଭା ନିର୍ବାଚନ ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଏହାକୁ ଦୃଷ୍ଟିରେ ରଖି ଦଳ ୧୩ଟି ରାଜ୍ୟରେ ନିଜର ନୂତନ ପ୍ରଭାରୀ ଏବଂ ସହ ପ୍ରଭାରୀ ନିଯୁକ୍ତ କରିଛି। ପାର୍ଟିର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅରୁଣ ସିଂହ କହିଛନ୍ତି, ଜେପି ନଡ୍ଡା ପ୍ରଭାରୀ ସୂଚୀ ଉପରେ ମୋହର ମାରିବା ପରେ ଏହାକୁ ତତ୍କାଳ ପ୍ରଭାବରୁ ଲାଗୁ କରାଯାଇଛି।

ଜାରି କରାଯାଇଥିବା ତାଲିକା ଅନୁଯାୟୀ, ବିନୋଦ ତାବଡେଙ୍କୁ ବିହାର, ଓମ ମାଥୁରଙ୍କୁ ଛତିଶଗଡ, ବିପ୍ଳବ କୁମାର ଦେବଙ୍କୁ ହରିୟାଣା, ଲକ୍ଷ୍ମୀକାନ୍ତ ବାଜପେୟୀଙ୍କୁ ଝାଡଖଣ୍ଡ, ପ୍ରକାଶ ଜାଭଦେକରଙ୍କୁ କେରଳ, ରାଧାମୋହନ ଅଗ୍ରଓ୍ଵାଲଙ୍କୁ ଲାକ୍ଷାଦ୍ଵୀପ, ପି ମୂରଲୀଧର ରାଓଙ୍କୁ ମଧ୍ୟ ପ୍ରଦେଶ, ବିଜୟ ରୂପାଣୀଙ୍କୁ ପଞ୍ଜାବ ଏବଂ ଚଣ୍ଡିଗଡ, ତରୁଣ ଚୁଘଙ୍କୁ ତେଲେଙ୍ଗାନା, ଅରୁଣ ସିଂହଙ୍କୁ ରାଜସ୍ଥାନ, ମହେଶ ଶର୍ମାଙ୍କୁ ତ୍ରିପୁରା, ମଙ୍ଗଳ ପାଣ୍ଡେଙ୍କୁ ପଶ୍ଚିମବଙ୍ଗ ଏବଂ ସମ୍ବିତ ପାତ୍ରଙ୍କୁ ପୂର୍ବୋତରର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି।

Leave A Reply

Your email address will not be published.