ନାବାଳିକାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ERSS ଟିମ: ଦୁର୍ଘଟଣାର ଶିକାର ହୋଇ ଅଚେତ ହୋଇପଡ଼ିଥିଲେ

ଯାଜପୁର: ରାସ୍ତାକଡ଼ରେ ଦୁର୍ଘଟଣାର ଶିକାର ହୋଇ ଜଣେ ନାବାଳିକା ଅଚେତ ଅବସ୍ଥାରେ ପଡ଼ିଥିଲେ। ତୁରନ୍ତୁ ତାଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ERSS ଟିମ। ଘଟଣା ଘଟିଛି ଯାଜପୁର ଜିଲ୍ଲା ଯାଜପୁର ଟାଉନ୍ ଗଣେଶ୍ୱରପୁର ରୋଡ୍ ନିକଟରେ। ଜଣେ ନାବାଳିକା ସାଇକେଲରେ ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇ ଅଚେତ ହୋଇ ରାସ୍ତା କଡରେ ପଡି ରହିଥିଲେ। ଘଟଣା ସମ୍ପର୍କରେ ଜଣେ ବ୍ୟକ୍ତି ୧୧୨ କୁ କଲ୍ କରି ଜଣାଇଥିଲେ। ERSS କର୍ତ୍ତୃପକ୍ଷ ତୁରନ୍ତ ଘଟଣା ସମ୍ପର୍କରେ ସେଠାକାର ଜରୁରୀକାଳୀନ ସହାୟତା ବାହନ ସହ ଯୋଗାଯୋଗ କରିଥିଲେ। ERSS ଟିମ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ।
ସୁରକ୍ଷିତ ଭାବେ ନାବାଳିକାକୁ ଉଦ୍ଧାର କରିବା ନେଇ ERSS ଟିମଙ୍କୁ ଅଭିନନ୍ଦନ ଜଣାଇଛନ୍ତି ସ୍ଥାନୀୟ ବାସିନ୍ଦା।ଏରସସ ର ତ୍ୱରିତ ପ୍ରତିକ୍ରିୟା ଏବଂ ସମର୍ପଣ ଏକ ଜୀବନକୁ ବଞ୍ଚାଇଲା ବୋଲି ନାବାଳିକାର ପରିବାର ଲୋକେ କହିଛନ୍ତି । ନିୟମିତ ଭାବେ ଏବେ ERSS ଟିମ ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରି ଆସୁଛି।