thelifelinemedia
Latest Odisha News, Breaking News Today

ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସରକାରୀ ବାସଭବନ ଘେରାଉ: ଅଣ୍ଡା ମାଡ କଲେ କଂଗ୍ରେସ କର୍ମୀ

ଭୁବନେଶ୍ୱର: ତାତିଲେ କଂଗ୍ରେସ କର୍ମୀ। ମନ୍ତ୍ରୀଙ୍କ ବାସଭବନ ଘେରାଉ ସହ ଅଣ୍ଡା ମାଡ କଲେ କଂଗ୍ରେସ କର୍ମୀ। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସରକାରୀବାସ ଭବନ ଘେରାଉ କଲା କଂଗ୍ରେସ। ଘେରାଉ ସହ ଅଣ୍ଡା ମାଡ କରିବାକୁ ମଧ୍ୟ ପଛଘୁଞ୍ଚା ଦେଇନାହାନ୍ତି କଂଗ୍ରେସ କର୍ମୀ। ଉତ୍କଳ ୟୁନିଭରସିଟିର ଆଡ଼ମିସନ ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣି ଏହି ଘେରାଉ କରିଛି କଂଗ୍ରେସ। ୟୁନିଭରସିଟିର ଲାଇବେରୀ ଆଣ୍ଡ ସାଇନ୍ସ ବିଭାଗରେ ୱେଟିଂଗ ଲିଷ୍ଟରେ ଜଣେ ଛାତ୍ରଙ୍କୁ ଆଡ଼ମିସନ ପାଇଁ ଡକାଯାଇ ମଧ୍ୟ ତାଙ୍କୁ ଆଡ଼ମିସନ ଦିଆଯାଇନାହିଁ ବୋଲି ଅଭିଯୋଗ କରିଛନ୍ତି ଛାତ୍ର କଂଗ୍ରେସ ନେତା। ୯ ନମ୍ବରରେ ଥିବା ଛାତ୍ରଙ୍କର ଆଡ଼ମିସନ ନ କରାଇ ୧୧ ନମ୍ବର ଶ୍ରେଣୀରେ ଥିବା ଛାତ୍ରଙ୍କୁ ଆଡ଼ମିସନ ଦିଆଯାଇଛି। ଛାତ୍ରମାନଙ୍କ ଭବିଷ୍ୟତ ସହ ଖେଳ ଖେଳାଯାଉଛି। ତେଣୁ ତୁରନ୍ତ ତ୍ରୁଟି ସୁଧାରି ଛାତ୍ରଙ୍କର ଆଡ଼ମିସନ କରାନଗଲେ ଆଗକୁ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କୁ କଲିମାଡ କରିବାକୁ ଚେତାବନୀ ଦେଇଛି କଂଗ୍ରେସ।

ଅନ୍ୟପଟେ ଜଣେ ଛାତ୍ର କହିଛନ୍ତି ତାଙ୍କର ଆଡ଼ମିସନରେ ଅନେକ ବିଳମ୍ବ ହୋଇଗଲାଣି। ଆଗକୁ ପରୀକ୍ଷାର୍ଥୀଙ୍କ ପରୀକ୍ଷା ରହିଛି।ମୁଁ କେମିତି ପରୀକ୍ଷା ଦେବି ବୋଲି ଛାତ୍ର ଜଣଙ୍କ ଅଭିଯୋଗ ଆଣିଛନ୍ତି।ଯଦି ଯଥାଶୀଘ୍ର ମୋର ଆଡ଼ମିସନ କରାନଯାଏ ତେବେ ମୁଁ ଆତ୍ମହୁତି ଦେବି ବୋଲି ଛାତ୍ର ଜଣଙ୍କ କହିଛନ୍ତି।

Leave A Reply

Your email address will not be published.