thelifelinemedia
Latest Odisha News, Breaking News Today

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୧୨ ଯାଏଁ ପ୍ରବଳ ବର୍ଷିବ

ଭୁବନେଶ୍ୱର: କିଛି ଦିନ ବ୍ୟବଧାନରେ ପୁଣି ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଲଘୁଚାପରେ ପରିଣତ ହେବା ପରେ ପଶ୍ଚିମ ଦିଗକୁ ଗତି କରିବ ବୋଲି ସୂଚନା ମିଳିଛି । ଏନେଇ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ଲଘୁଚାପ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ତାମିଲନାଡୁ, ଶ୍ରୀଲଙ୍କା ଆଡ଼େ ମୁହାଁଇବ। ଏହାର ପ୍ରଭାବରେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଭାରତ କେରଳ, ତାମିଲନାଡୁ ଓ ପୁଡୁଚେରୀରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି। ଅର୍ଥାତ ଦକ୍ଷିଣ ଭାରତ ଅଧିକ ବର୍ଷା ପାଇବା ନେଇ  ଅନୁମାନ କରା ଯାଉଛି। ବିଶେଷକରି ତାମିଲନାଡୁ ଓ ପୁଡ଼ୁଚେରିରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଉଛି।ଏବେ ପୁରା ସିଷ୍ଟମ ଉପରେ ନଜର ରଖାଯାଇଛି। ଘୁର୍ଣ୍ଣିବଳୟ ସୃଷ୍ଟି ହେବା ପରେ କେତେ ବର୍ଷା ହେବ ଏବଂ ଏହା ଅବପାତ ହେବ କି ନାହିଁ ତାହା ଜଣାପଡିବ।

Leave A Reply

Your email address will not be published.