thelifelinemedia
Latest Odisha News, Breaking News Today

ରଦ୍ଦ ହେବ ପୁରୁଣା, ନିଷ୍କ୍ରିୟ ଓ ଅପ୍ରାସଙ୍ଗିକ ଆଇନ: ନୂଆ ଆଇନରେ ଅଭିଯୋଗ ପଞ୍ଜୀକରଣର ଉପଯୁକ୍ତ ବ୍ୟବସ୍ଥା

ଭୁବନେଶ୍ୱର: ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ନ୍ୟାୟ ସଂହିତା ଜାଗୃତିକରଣ’ କାର୍ଯ୍ୟକ୍ରମରେ ଯୋଗଦେଇ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କହିଛନ୍ତି ଓଡ଼ିଶାରେ ଅନେକ ପୁରୁଣା, ନିଷ୍କ୍ରିୟ ଓ ଅପ୍ରାସଙ୍ଗିକ ଆଇନକୁ ଚିହ୍ନଟ କରାଯାଇ ରଦ୍ଦ କରାଯିବ। ଏ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି।

ନୂତନ ଭାବେ ପ୍ରଣିତ ଆଇନକୁ ପୀଡିତ-କୈନ୍ଦ୍ରିକ କରାଯାଇଛି। ପୂର୍ବରୁ ଏହା ଅପରାଧୀ-କୈନ୍ଦ୍ରିକ ଥିଲା। ଏହି ମୌଳିକ ପରିବର୍ତ୍ତନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍ଵଚ୍ଛ ପ୍ରକ୍ରିୟାରେ ନିରପେକ୍ଷ ଭାବେ ତ୍ଵରିତ ନ୍ୟାୟ ପ୍ରଦାନ। ନୂତନ ଆଇନରେ ପୋଲିସ ପାଖରେ ଅଭିଯୋଗ ପଞ୍ଜୀକରଣ ସୁନିଶ୍ଚିତ କରିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ରହିଛି। କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.