thelifelinemedia
Latest Odisha News, Breaking News Today

ଗିରଫ ହେଲେ ଇଡ଼କୋ ବାବୁ: ଠାବ ହୋଇଥିଲା ଅମାପ ସମ୍ପତ୍ତି 

ଭୁବନେଶ୍ୱର:ଗିରଫ ହେଲେ ଇଡ଼କୋ ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂହ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିଲା। ଅମାପ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ ବିଭାଗ। ଆୟ ଠାରୁ ଅଧିକ ସମ୍ପତ୍ତି ଠାବ ହେବା ପରେ ଏବେ ତାଙ୍କୁ ଗିରଫ କରାଯାଇଛି। ଭୁବନେଶ୍ୱରରେ ୩ କୋଟି ୨୨ ଲକ୍ଷ ଟଙ୍କାର ଚାରି ମହଲା ଘର। ପୁରୀ ବାଲୁଖଣ୍ଡ ମୌଜାରେ ରହିଛି ଏକ ଫ୍ଲାଟ। ଭୁବନେଶ୍ୱରର ପ୍ରାଇମ ଲୋକେସନରେ ଦୁଇଟି ପ୍ଲଟ। ଖୋର୍ଦ୍ଧାରେ ରହିଛି ଗୋଟିଏ ପ୍ଲଟ। ୫୫ ଲକ୍ଷ ୫୦ ହଜାର ଟଙ୍କାର ବ୍ୟାଙ୍କ ଜମା। ନଗଦ ୪ ଲକ୍ଷ ୫୦ ହଜାର ଟଙ୍କା ଜବତ।୨୯ ଲକ୍ଷ ଟଙ୍କାର ସୁନା ଓ ଘରକରଣା ସାମଗ୍ରୀ। ଫୋର୍ଡ ଇକୋ ସ୍ପୋର୍ଟସ କାର ସହିତ ତିନୋଟି ବାଇକ ଥିବା ଜଣାପଡିଛି। ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ଟେରା ହୋଇଥିଲେ। ନିଜ ନାଁରେ କେବଳ ସମ୍ପତ୍ତି ଠୁଳ କରି ନଥିଲେ ଇଡ଼କୋ ବାବୁ ବରଂ କିଛି ମହିଳାଙ୍କ ନାଁରେ ବେନାମୀ ସମ୍ପତ୍ତି ରଖିଥିଲେ। ତେବେ କିଏ ସେହି ମହିଳା ସେ ନେଇ ତଦନ୍ତ ଚାଲିଛି। ଏବେ କୁବେର ଇଡ଼କୋ ବାବୁଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି କଳାଧନ ଠୁଳ କରିବା। ଏବେ ଜେଲ ଚାରିକାନ୍ଥ ଭିତରେ ସମୟ କାଟିବେ ଇଡ଼କୋ ବାବୁ।

Leave A Reply

Your email address will not be published.