ପଦ୍ମ ଧରିଲେ ସୁନନ୍ଦା: ବରୀ ପୂର୍ବତନ ବିଧାୟିକାଙ୍କ ସମେତ ବ୍ଲକ ଓ ପଂଚାୟତ ସ୍ତରର ନେତା ବିଜେପିରେ ସାମିଲ

ଭୁବନେଶ୍ୱର: ପଦ୍ମ ଧରିଲେ ବରୀର ପୂର୍ବତନ ବିଧାୟିକା। ନିକଟରେ ବିଜେଡି ଛାଡିଥିଲେ ଏବେ ବିଜେପିରେ ଅନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି। କେବେଳ ସୁନନ୍ଦା ନୁହନ୍ତି ବିଜେଡି ଛାଡି ବିଜେପି ମୁଁହା ବ୍ଲକ ପଞ୍ଚାୟସ୍ତରର ନେତା। ପଂଚାୟତ ପୌର ନିର୍ବାଚନ ପାଇଁ ଏବେଠୁ ସଜବାଜ। ବିଜେଡି କଂଗ୍ରେସ ଛାଡି ବିଜେପି ରେ ସାମିଲ ହୋଇଛନ୍ତି। ଜଗତସିଂହପୁର, ଭଦ୍ରକ, ନୟାଗଡ,ସାନଖେମୁଣ୍ଡି, କଟକ ଯାଜପୁର ଜିଲ୍ଲା ର ବ୍ଲକ ଓ ପଞ୍ଚାୟତ ସ୍ତରର ନେତା ବିଜେପିରେ ସାମିଲ ହୋଇଛନ୍ତି। ବରୀ ପୂର୍ବତନ ବିଧାୟକ ସୁନନ୍ଦା ଦାସଙ୍କ ସହ ଏକାଧିକ ସରପଞ୍ଚ ଓ ସମିତି ସଭ୍ୟ ବିଜେପିରେ ସାମିଲ ହୋଇଛନ୍ତି। ସେହିପରି କଟକ ଅର୍ବାନ ବ୍ୟାଙ୍କ ନିର୍ଦେଶକ ଧର୍ମେଷ ନାୟକ ଓ ତାଙ୍କ ସମର୍ଥକ ବିଜେପି ରେ ସାମିଲ ହୋଇଛନ୍ତି। ଭଦ୍ରକ ବାସୁଦେବପୁର ର ବିଜେଡି ଯୁବ ସଭାପତି ତଥା ବିଧାୟକଙ୍କ ପ୍ରତିନିଧି ଅସିତ ଦାସଙ୍କ ସମେତ ଏକାଧିକ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ନିର୍ବାଚନ ବେଳେ ଦଳ ଛାଡିଥିବା ସାନଖେମୁଣ୍ଡି ର ଉତ୍ତମ ପାଣିଗ୍ରାହୀ ଙ୍କ ନେତୃତ୍ୱ ରେ ଅନେକ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ନୟାଗଡ ଭାପୁର ର ଯୁବ ନେତା ବିଭୁତି ପଟ୍ଟନାୟକ ତାଙ୍କ ଶହ ଶହ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି। ଜଗତସିଂପୁର ବାଲିକୁଦା ଏରସମା ର ବିଜେଡି ନେତା ଅକ୍ଷୟ ଲେଙ୍କା ଏବଂ ତପନ ଗୋଛାୟତଙ୍କ ନେତୃତ୍ୱରେ ଶହ ଶହ କର୍ମୀ ମାନେ ବିଜେପିରେ ସାମିଲ ହୋଇଛନ୍ତି।