ବାରିପଦା କାଡା ଡିଭିଜନରେ ଦୁର୍ନୀତି ଖୋର ଜେଇଙ୍କ କଳା କାରନାମା : ପାଣି ପଂଚାୟତ ନାମରେ ଅର୍ଥ ହଡ଼ପ

ବାରିପଦା:ଦୁର୍ନୀତିର ଗନ୍ତାଘର ସାଜିଛି ବାରିପଦା କାଡା ଡିଭିଜନ।ଏଠାରେ କାର୍ଯ୍ୟରତ ଜେଇ ନୀରଜ ସେଠି, ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ମିଶ୍ରଓ ସୁଦୂର ନବରଙ୍ଗପୁରର ଠିକାଦାର ମାନଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ମୟୁରଭଞ୍ଜ ଭଳି ସରଳ ଆଦିବାସୀ ଜିଲ୍ଲାରେ କରନାଳୀ ପ୍ରକଳ୍ପ ଆଜି ଦିଶାହୀନ। ଏଠାରେ କନିଷ୍ଠ ଯନ୍ତ୍ରୀ ପାଖାପାଖି ୭ବର୍ଷ ହେବ କାମ କରୁଥିଲେ। ଦୀର୍ଘ ଦିନ ଏଠାରେ ରହିବା ତଥା ସ୍ଥାନୀୟ ବାସିନ୍ଦା ହୋଇ ଥିବାରୁ ସରଳ ପାଣି ପଂଚାୟତ ଲୋକଙ୍କୁ ମିଥ୍ୟା କଥା କହି ନାନାଦି ଉପାୟରେ ଠକେଇ କରି ଚାଲିଛନ୍ତି।ଏ ସବୁ କାମ ବିଭାଗୀୟ ଆଧାରରେ କରା ଯାଉଥିବା କହି ସେମାନଙ୍କ ଠାରୁ ପାଣି ପଂଚାୟତର ଚେକ ରେ ସମ୍ପାଦକ ଏବଂ ସଭାପତିଙ୍କ ଠାରୁ ଦସ୍ତଖତ ନେଇ ନିଜେ ପଇସା ପତ୍ର ନେଣ ଦେଣ କରୁଛନ୍ତି। ନିମ୍ନ ମାନର କାର୍ଯ୍ୟ କରିବା, ନାମ ମାତ୍ର କାର୍ଯ୍ୟ କରି ସମ୍ପୂର୍ଣ୍ଣ ବିଲ ଉଠେଇ ନେବା ଏବଂ ନିଜେ ଠିକାଦାରୀ କରିବା ତଥା ଉପରିସ୍ଥ ଅଧିକାରୀଙ୍କୁ ହାତ ବାରିଷି କରି ବିଭିନ୍ନ ଆଳରେ ପାଣି ପଂଚାୟତ ନାମରେ ଅର୍ଥ ହଡ଼ପ କରି ଜେଇ ମହୋଦୟ ବିଭାଗରୁ କୋଟି କୋଟି ଟଙ୍କା ହଡ଼ପ କରିଛନ୍ତି। ଡିଭିଜନକୁ ପ୍ରତି ବର୍ଷ ଆସୁଥିବା କାର୍ଯ୍ୟରୁ ସେ ନବେ ପ୍ରତିଶତ କାମ କରିଥାନ୍ତି।ଅନ୍ୟ ଜେଇ ମୁହଁ ଖୋଲିଲେ ସେ ତାଙ୍କୁ ସ୍ଥାନୀୟ ଅସାମାଜିକ ଲୋକଙ୍କୁ ଲଗାଇ ଧମକ ଚମକ ଦେଇ ଅନ୍ୟତ୍ର ବଦଳି କରିବାର ଧମକ ମଧ୍ୟ ଦେଇଥାନ୍ତି। ଏ ସବୁ କଳା କାରନାମାରେ ଲିପ୍ତ ରହି କୋଟି କୋଟି ଟଙ୍କାର ଅଧିକାରୀ ହେବା ସହିତ ଭୁବନେଶ୍ୱର, କଟକ ଓ ବାରିପଦାରେ ଏକାଧିକ ଘର ଓ ପ୍ଲଟର ଅଧିକାରୀ ହୋଇ ପାରିଛନ୍ତି। ଏଭଳି ଜଣେ ଦୁର୍ନୀତି ଖୋର ଜେଇଙ୍କ କଳା କାରନାମାର ସବିଶେଷ ତଦନ୍ତ କରି ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି।