thelifelinemedia
Latest Odisha News, Breaking News Today

ପୁଣି ରାଜଧାନୀରେ ଆତ୍ମହତ୍ୟା

ରାଜଧାନୀରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଏୟାରଫିଲ୍ଡ ଥାନା ଭୀମଟାଙ୍ଗୀ ହାଉସିଂ ବୋର୍ଡ କଲୋନୀରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ପରିଚୟ ଅଶୋକ କୁମାର ପ୍ରଧାନ‌(୩୩) ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ଯୁବକ ଜଣକ ଅନେକ ସମୟରେ ଗଞ୍ଜେଇ ଓ ଡ୍ରଗ୍ସ ସେବନ କରୁଥିଲେ। ସେ ଜଣେ ଡ୍ରାଇଭର ଭାବେ କାମ କରନ୍ତି। ବାହାରୁ ଡ୍ରଗ୍ସ ସେବନ କରି ଘରକୁ ଫେରୁଥିଲେ। ତାଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ଏନେଇ ପୋଲିସ ତଦନ୍ତ ଚଳାଇଛି।

Leave A Reply

Your email address will not be published.