thelifelinemedia
Latest Odisha News, Breaking News Today

ରେକର୍ଡ ଭାଙ୍ଗିଲା ସୁନା, ଧନତେରସ୍‌ରେ ୧୯୦ କୋଟିରୁ ଅଧିକ ଟଙ୍କାର ବିକ୍ରି

ଭୁବନେଶ୍ୱର:

ବଢ଼ିଚାଲିଛି ସୁନା ଦର। ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନା ଦର। ନଭେମ୍ବର ପହିଲାରେ ମଧ୍ୟ ସୁନା ଦର ଉପରମୁହାଁ ରହିଛି। ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଯୋଗୁଁ ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୭୬,୨୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୮୧ ହଜାର ୯୩୦ ଟଙ୍କା ରହିଛି। ସୁନାର ଏହି ଦର ସର୍ବକାଳୀନ ରେକର୍ଡ କୁହାଯାଉଛି।

କୌତୂହଳର ବିଷୟ ହେଉଛି ଯେ, ସୁନା ଦର ଏତେ ବଢ଼ିଥିଲେ ମଧ୍ୟ ଧନତେରସ୍‌ରେ ସାରା ରାଜ୍ୟରେ ଶୋ’ରୁମ୍, ଜୁଏଲାରୀ ଏବଂ ସୁନା ଅଳଙ୍କାର ଦୋକାନଗୁଡିକରେ ଗ୍ରାହକଙ୍କ ଭିଡ ଜମିଛି। ଧନତେରସ୍‌ରେ ସୁନା, ରୂପା ଏବଂ ହୀରା ଆଦି ଧାତୁ ନିର୍ମିତ ଗହଣା କିଣିଲେ ଶୁଭାଶୁଭ ଫଳ ମିଳିଥାଏ ଓ ଘରକୁ ଲକ୍ଷ୍ମୀ ଆସିଥାନ୍ତି ବୋଲି ସାଧାରଣରେ ବିଶ୍ବାସ ରହିଛି।

ଧନତେରସ୍‌ରେ ରାଜ୍ୟରେ ପ୍ରାୟ ୧୯୦ କୋଟିରୁ ଅଧିକ ଟଙ୍କାର ସୁନା, ରୂପା ଏବଂ ହୀରା ଆଦି ଗହଣା ବିକ୍ରି ହୋଇଥିବା ଜଣାପଡିଛି। ଗତବର୍ଷ ୧୭୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ବେପାର ହୋଇଥିବା ବେଳେ ଚଳିତ ବର୍ଷ ବଜାର ସ୍ବାଭାବିକ ଥିବାରୁ ପ୍ରାୟ ୩୦ପ୍ରତିଶତ ବ୍ୟବସାୟ ବୃଦ୍ଧି ପାଇଛି।

Leave A Reply

Your email address will not be published.