thelifelinemedia
Latest Odisha News, Breaking News Today

ଓଡିଶାକୁ ଫେରିଲା ପୋସ୍କୋ: ଜେଏସଡବ୍ଲ୍ୟୁ ସହିତ ବୁଝାମଣା ପତ୍ର ସ୍ଵାକ୍ଷର 

ଭୁବନେଶ୍ୱର: ଓଡିଶାକୁ ଫେରିଲା ପୋସ୍କୋ। ଓଡିଶାରେ ୫୨ ହଜାର କୋଟି ଟଙ୍କାର ନିବେଶ କରି ଇସ୍ପାତ କାରଖାନା ସ୍ଥାପନ କରିବାରେ ବିଫଳ ହେବା ପରେ ଏବେ ପୁଣି ଥରେ ଓଡିଶାକୁ ଫେରିଛି ପୋସ୍କୋ। ଦକ୍ଷିଣ କୋରିଆର ଏହି ଇସ୍ପାତ କମ୍ପାନୀ ଜଗତସିଂହପୁର ଫେରିବା ପରେ ଏବେ ଓଡିଶା ଶିଳ୍ପାୟାନରେ ନୂଆ ଆଶା ସଂଚାର ହୋଇଛି। ୨୦୦୫ ମସିହାରେ ଓଡିଶାରେ ଏଣ୍ଟ୍ରି ମାରିଥିଲା ପୋସ୍କୋ। ଏକ ବିଶାଳ ଇସ୍ପାତ କାରଖାନା ସ୍ଥାପନ କରିବା ନେଇ ୨୦୦୫ ଜୁନ୍‌ରେ ପୋସ୍କୋ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷର କରିଥିଲା। କିନ୍ତୁ ପୋସ୍କୋ ପ୍ରକଳ୍ପ ଆଗେଇ ପାରିନଥିଲା। ଜମି ଅଧିଗ୍ରହଣକୁ ନେଇ ଭୀଷଣ ସମସ୍ୟା ଉପୁଜିଥିଲା। ସ୍ଥାନୀୟ ଅଧିବାସୀ କମ୍ପାନିକୁ ପ୍ରବଳ ବିରୋଧ କରିଥିଲେ। ୨୦୦୫ରେ ସ୍ବାକ୍ଷର ହୋଇଥିବା ଏମ୍‌ଓୟୁର ଅବଧି ୨୦୧୧ ଜୁନ୍ ଶେଷ ଶେଷ ହୋଇଯାଇଥିଲା। ୨୦୧୨ ଏପ୍ରିଲ୍ ପର୍ଯ୍ୟନ୍ତ କମ୍ପାନି ତାହାର ନବୀକରଣ କରିନଥିଲା। ଶେଷରେ ୨୦୧୭ ମସିହାରେ ଓଡିଶା ଛାଡିଥିଲା ପୋସ୍କୋ। ଏବେପୁଣି ଥରେ ଜେଏସଡବ୍ଲ୍ୟୁ ହାତ ଧରି ଓଡିଶା ଫେରିଛି ପୋସ୍କୋ। ପୋସ୍କୋ ଯଦି ଫେରୁଛି ଏହା ଓଡିଶା ଶିଳ୍ପାୟାନକୁ ନୂଆ ଦିଶା ଦେବ ବୋଲି କୁହାଯାଉଛି।

Leave A Reply

Your email address will not be published.