thelifelinemedia
Latest Odisha News, Breaking News Today

ଲିଙ୍ଗରାଜ ମନ୍ଦିରରେ ବଲିଉଡ୍ ଅଭିନେତ୍ରୀଙ୍କ ଫଟୋ ଭାଇରାଲ ଘଟଣା: ଏମିତି ହେବା କଥା ନୁହଁ କହିଲେ ବିଧାୟକ ବାବୁ ସିଂ

ଭୁବନେଶ୍ୱର: ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଏମିତି ଘଟଣା ହେବା କଥା ନୁହେଁ । ଲିଙ୍ଗରାଜ ମନ୍ଦିରରେ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ଭିଡିଓ ଓ ଫୋଟୋ ଭାଇରଲ ଘଟଣାରେ କ୍ଷୋଭ ପ୍ରକାଶ କରିଛନ୍ତି ଏକାମ୍ର ବିଧାୟକ ବାବୁ ସିଂହ। କହିଛନ୍ତି ବିଗତ ଦିନରେ ରାଷ୍ଟ୍ରପତି ଓ ପ୍ରଧାନ ମନ୍ତ୍ରୀ ଫଟୋ ଉଠେଇବା ବେଳେ ପୁରା ସିକ୍ୟୁରିଟିକୁ ପ୍ରାଧାନ୍ୟ ଦିଆଯାଇଛି। ଗତ କାଲିର ଘଟଣା ଉପରେ ଆଲୋଚନା ହେବ ଏଭଳି ଘଟଣା କିପରି ଆଗକୁ ନହେବ ତା ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ।ଏହା ଆମ ଭାବାବେଗର କଥା ଏମିତି ଘଟଣା ହେବା କଥା ନୁହେଁ । ସେଲିବ୍ରେଟି ମାନେ ଜାଣି ନଥାଇ ପାରନ୍ତି କିନ୍ତୁ ମନ୍ଦିର ସେବାୟତ ମାନେ ସଚେତନ କରେଇବା କଥା କାହିଁକି କରେଇ ନାହାଁନ୍ତି ଅନୁଧ୍ୟାନ କରାଯିବ। ଏହାସହ ମନ୍ଦିର ପ୍ରଶାସନ ଉତ୍ତରଦାୟୀ ରହିବ । ଦୋଷୀ ଯିଏ ତା ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ବିଜେପି ବିଧାୟକ ବାବୁ ସିଂହ କହିଛନ୍ତି।

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟି ଲିଙ୍ଗରାଜ ମନ୍ଦିର ବେଢାରେ ପରିକ୍ରମା କରୁଥିବା ସମୟରେ ଫୋଟୋ ଓ ଭିଡ଼ିଓ କରିଥିଲେ। ପରେ ଏହା ସୋସିଆଲ ମିଡ଼ିଆରେ ଭାଇରଲ ହେବା ପରେ ଏହାକୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ଚାଲିଛି।

Leave A Reply

Your email address will not be published.