thelifelinemedia
Latest Odisha News, Breaking News Today

ଇଣ୍ଡିଆ ଗେଟରେ ନେତାଜୀଙ୍କ ପ୍ରତିମାର ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସେଣ୍ଟ୍ରାଲ ଭିସ୍ତା ଏଭେନ୍ୟୁର ଉଦଘାଟନ କରିଛନ୍ତି । ଏବେ ଏହା କର୍ତ୍ତବ୍ୟ ପଥ ନାଁରେ ଜଣାଯିବ। ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ଇଣ୍ଡିଆ ଗେଟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିର ଉନ୍ମୋଚନ କରିଛନ୍ତି । ଏହାସହ ଦିଲ୍ଲୀରେ ସେଣ୍ଟ୍ରାଲ ଭିସ୍ତାର ପୁର୍ନବିକାଶ ପରିଯୋଜନାରେ ସାମିଲ କାର୍ଯ୍ୟକର୍ତ୍ତାଙ୍କ ସହ କଥା ହୋଇଥିଲେ।

ଇଣ୍ଡିଆ ଗେଟ୍ ନିକଟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିର ଉନ୍ମୋଚନ କରିଛନ୍ତି ।  ୨୮ ଫୁଟ୍ ଉଚ୍ଚର ଏହି ପ୍ରତିମୂର୍ତ୍ତିକୁ ଗୋଟିଏ ଗ୍ରାନାଇଟ୍ ପଥରରେ ନିର୍ମାଣ କରାଯାଇଛି । ରିପୋର୍ଟ ଅନୁସାରେ ଏହାକୁ ନିର୍ମାଣ କରିବା ପାଇଁ ୨୬ ହଜାର ଘଣ୍ଟ ସମୟ ଲାଗିଛି । ଉଲ୍ଲେଖଯୋଗ୍ୟ ଯେ, ପରାକ୍ରମ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ନେତାଜୀଙ୍କ ହୋଲୋଗ୍ରାମ ରଖିଥିଲେ । ଏବେ ଏହି ସ୍ଥାନରେ ନେତାଜୀଙ୍କ ବିଶାଳ ମୂର୍ତ୍ତିର ଅନାବରଣ କରାଯାଇଛି।

Leave A Reply

Your email address will not be published.