thelifelinemedia
Latest Odisha News, Breaking News Today

ଦଶମ ଶ୍ରେଣୀ ଭୂଗୋଳ ଓ ଅର୍ଥନୀତି ବହିରେ ତ୍ରୁଟି ପ୍ରସଙ୍ଗ : ତ୍ରୁଟି ସୁଧାରି ପିଲାଙ୍କୁ ପଢ଼ାଇବାକୁ ନିର୍ଦ୍ଦେଶ

ଦଶମ ଶ୍ରେଣୀ ବହିରେ ଭୁଲ ତ୍ରୁଟିକୁ ନେଇ ବିବାଦ ପରେ ପଦକ୍ଷେପ ନେଇଛି ମାଧ୍ୟମିକ ଶିକ୍ଷା ପରିଷଦ । ଏନେଇ ସବୁ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛି ପରିଷଦ । ଏଥିରେ କୁହାଯାଇଛି ଯେ, ସ୍କୁଲର ଶିକ୍ଷକମାନେ ବହିର ଭୁଲକୁ ସୁଧାରି ପିଲାଙ୍କୁ ପଢ଼ାନ୍ତୁ ।

ଦଶମ ଶ୍ରେଣୀ ଭୂଗୋଳ ଓ ଅର୍ଥନୀତି ବହିରେ ଏକାଧିକ ଭୁଲ ତଥ୍ୟ ଦିଆଯାଇଥିବା ନଜରକୁ ଆସିଥିଲା । ମାଛକୁଣ୍ଡ ଜଳ ବିଦ୍ୟୁତ କେନ୍ଦ୍ରକୁ ଆନ୍ଧ୍ରର ବୋଲି ଦର୍ଶାଯାଇଥିଲା । ସେହିପରି ବାଲିମେଳା ସମ୍ପର୍କିତ ଭୁଲ ତଥ୍ୟ ରହିଥିଲା । ଏହାକୁ ନେଇ ବିବାଦ ଜୋର ଧରିଥିଲା  । ଏହା ପରେ ମାଧ୍ୟମିକ ଶିକ୍ଷା ପରିଷଦ ପଦକ୍ଷେପ ନେଇଛି ।

Leave A Reply

Your email address will not be published.