thelifelinemedia
Latest Odisha News, Breaking News Today

ଭକ୍ତଙ୍କୁ ମାଗଣା ମିଳିବ ମହାପ୍ରସାଦ କୁଡୁଆ: ଆଇନ ମନ୍ତ୍ରୀ କହିଲେ ମହାପ୍ରସାଦ କୁଡୁଆ ଯୋଗାଇବାକୁ ଯୋଜନା କରୁଛନ୍ତି ସରକାର 

ପୁରୀ: ଏଣିକି ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଗଣା ମହାପ୍ରସାଦ କୁଡୁଆ ମିଳିବ।ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ଏହି ସୂଚନା ଦେଇଛନ୍ତି। ଭାରତ ବର୍ଷର ବିଭିନ୍ନ ଧର୍ମ ଓ ଦେବ ସ୍ଥଳୀରେ ଭକ୍ତଙ୍କୁ ମାଗଣା ପ୍ରସାଦ ଯୋଗାଯାଉଥିବାବେଳେ ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଗଣାରେ ମହାପ୍ରସାଦ କୁଡୁଆ ଯୋଗାଇବାକୁ ସରକାର ଯୋଜନା କରୁଛନ୍ତି। ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ମହାପ୍ରସାଦ କୁଡୁଆ ଦେବାକୁ ଯୋଜନା ହେବ। ଏ ବାବଦରେ ବର୍ଷକୁ ୧୪ରୁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ। ସରକାରଙ୍କୁ ବର୍ଡନ ନ କରି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ନିଆଯିବ। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଭକ୍ତ ସ୍ୱାଗତ କରିଛନ୍ତି।ତେବେ ଏଥିପାଇଁ ପୁରୀର ବୁଦ୍ଧିଜୀବୀଙ୍କୁ ନେଇ କମିଟି କରିବାକୁ ପ୍ରସ୍ତାବ ଦିଆଯାଇଛି। ସେହିପରି ଆଉ ଦୁଇ ତିନି ଦିନ ଭିତରେ ରତ୍ନଭଣ୍ଡାର ଜିପିଆରଏସ ରିପୋର୍ଟ ଆସିବ। ତେବେ ସୁଡଙ୍ଗ ରହସ୍ୟ ଏହି ରିପୋର୍ଟ ଦ୍ୱାରା ଉନ୍ମୋଚିତ ହେବ ନାହିଁ। ତେବେ ଭିତର ରତ୍ନଭଣ୍ଡାର ରତ୍ନ ଅଳଙ୍କାର ଗଣତି ମଣତି ସହ ଭିତର ରତ୍ନଭଣ୍ଡାର ମରାମତି ନିହାତି ଆବଶ୍ୟକ ବୋଲି ସେବାୟତ କହିଛନ୍ତି।

Leave A Reply

Your email address will not be published.