ସ୍ବର୍ଗତ ଗଦାଧର ମହାନ୍ତିଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉତ୍ସବ ଓ ସ୍ମୃତି ଚାରଣ ସଭା

ଯାଜପୁର: ବିଶିଷ୍ଟ ସମାଜସେବୀ ତଥା ଧର୍ମ ପରାୟଣ ବ୍ୟକ୍ତି ସ୍ୱର୍ଗତ ଗଦାଧର ମହାନ୍ତିଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉତ୍ସବ ଓ ସ୍ମୃତି ଚାରଣ ସଭା
ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲା ତଳିହା ଗାଁ ଗୋବିନ୍ଦଜୀଉ ମନ୍ଦିର ପରିସରରେ ଏହି ସ୍ମୃତି ଚାରଣ ସଭା ଆୟୋଜିତ ହୋଇଥିଲା। ସମାଜସେଵୀ ଦେବେନ୍ଦ୍ର ପଣ୍ଡାଙ୍କ ପରିଚାଳନାରେ ଆୟୋଜିତ ସଭାରେ ବହୁ ରାଜନେତା, ବୁଦ୍ଧିଜୀବୀ ଓ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଯୋଗ ଦେଇ ସ୍ୱର୍ଗତ ଗଦାଧର ମହାନ୍ତିଙ୍କ ସ୍ମୃତି ଚାରଣ କରିଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ବିଧାୟକ ଅଗସ୍ତି ବେହେରା, କଂଗ୍ରେସ ନେତା ସନ୍ତୋଷ ନନ୍ଦ, ଦୁର୍ଯ୍ୟୋଧନ ବେହେରା, ଗଦାଧର ମହାନ୍ତିଙ୍କ କନିଷ୍ଠପୁତ୍ର ତଥା କଂଗ୍ରେସ ନେତା ନରେଶ ମହାନ୍ତି, ଅନ୍ୟ ଦୁଇ ପୁତ୍ର କୃତିବାସ ମହାନ୍ତି, ସୁବାସ ମହାନ୍ତିଙ୍କ ସମେତ ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ। ଦୀନବନ୍ଧୁ ରାଉତ, ସୁଧୀର କୁମାର ପାତ୍ର, ଚିଦାନନ୍ଦ ଜେନା, କଳ୍ପତରୁ ଓଝା, ସତ୍ୟନାରାୟଣ ପାତ୍ର, ପ୍ରକାଶ ସାହୁ, ସୁବାସ ଆଚାର୍ଯ୍ୟ, ରିପୁନାଥ ସାମଲ, ପ୍ରବୀର ପରିଡା, ଲିପ୍ସା ବିଶ୍ୱାଳ, କାମିନୀ ସାମଲ, ଚକ୍ରମଣି ପରିଡା ଏବଂ ପୂଜକ ଲକ୍ଷ୍ମୀଧର ପତି ପ୍ରମୁଖ ସ୍ୱର୍ଗତ ଗଦାଧର ମହାନ୍ତିଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହିତ ସ୍ମୃତି ଚାରଣ କରିଥିଲେ