thelifelinemedia
Latest Odisha News, Breaking News Today

ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ବେଳେ ବେହାଲ ଟ୍ରାଫିକ ବ୍ୟବସ୍ଥା । ରାଜ୍ୟବାସୀଙ୍କୁ ପୋଲିସ ଡିଜି କ୍ଷମା ମାଗନ୍ତୁ ବୋଲି ଦାବି କଲା ବିଜେପି

କମିଶନରେଟ୍ ପୋଲିସ ହାତଟେକି ଦେଇଥିବା କାରଣରୁ ଆଜି ଭୁବନେଶ୍ୱରରେ ସାଧାରଣ ଜୀବନଯାତ୍ରା ବ୍ୟାହାତ ଘଟିଛି ବୋଲି ବିଜେପି ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ ଅଭିଯୋଗ ଆଣିଛନ୍ତି । କ୍ୟାପିଟାଲ ହସ୍ପିଟାଲକୁ ଆମ୍ବୁଲାନ୍ସ ଏବଂ ରୋଗୀ ଯିବା ଆସିବାରେ ଅକଥନୀୟ ହଇରାଣ ହରକତ ହୋଇଛନ୍ତି । ଟ୍ରାଫିକ ବ୍ୟବସ୍ଥାର ବିଫଳତା କାରଣରୁ ବିମାନ ଯାତ୍ରୀମାନେ ଆହୁରି ନୟାନ୍ତ ହୋଇଛନ୍ତି । ତେବେ ଆଜି କମିଶନରେଟ୍ ପୋଲିସ ପ୍ରଶାସନର ଭୂମିକାକୁ ନେଇ ଆଶ୍ଚର୍ଯ୍ୟ ଲାଗୁଛି । ଜନସାଧାରଣଙ୍କୁ ପଛରେ ପକାଇ ଶାସକ ବିଜେଡି ପ୍ରତି ପୋଲିସର ଏତେ ପକ୍ଷପାତିତା କାହିଁକି? ପୋଲିସର ନିରପେକ୍ଷତା କୁଆଡେ ଗଲା ବୋଲି ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.