thelifelinemedia
Latest Odisha News, Breaking News Today

ପୁଣି ପୁରୀରେ ଆରମ୍ଭ ହେବ ହବିଷ୍ୟାଳି ଶିବିର

ପୁରୀ ୦୬/୦୯: ଦୀର୍ଘ ୨ ବର୍ଷ ପରେ ପୁରୀରେ ପୁଣି ଆରମ୍ଭ ହେବ ହବିଷ୍ଯାଳି ଶିବିର। ପ୍ରାୟ ଅଢେଇ ହଜାର ହବିଷ୍ଯାଳିଙ୍କ ପାଇଁ କରାଯାଉଛି ବ୍ଯବସ୍ଥା। ଚଳିତ ମାସ ୧୦ ତାରିଖରୁ ସେପ୍ଟେମ୍ବର ୨୫ ପର୍ଯ୍ୟନ୍ତ ହବିଷ୍ୟାଳୀ ମାନେ ପଞ୍ଜିକରଣର କରିପାରିବେ। ଏନେଇ ସେପ୍ଟେମ୍ବର ୮ରେ ବିଜ୍ଞପ୍ତି ଜାରି ହେବ। ଅକ୍ଟୋବର ୧୦ରୁ କାର୍ତ୍ତିକ ବ୍ରତ ଆରମ୍ଭ ହେଉଥିବା ବେଳେ ଏଥର ନୂଆ ସ୍ଥାୟୀ ହବିଷ୍ଯାଳି ଶିବିର କରାଯିବ।

ଏଥିପାଇଁ ନରେନ୍ଦ୍ର କୋଣ ଅଞ୍ଚଳରେ ବହୁତଳ କୋଠା ବୃନ୍ଦାବତୀ ଭବନରେ ହବିଷ୍ଯାଳିମାନେ ରହିବେ। ଶିବିର ଆରମ୍ଭ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିପାରନ୍ତି। ତେବେ ଆବଶ୍ୟକ ସ୍ଥଳେ ରେଳବାଇ ଯାତ୍ରୀ ବିଶ୍ରାମଗାରକୁ ମଧ୍ୟ ଅସ୍ଥାୟୀ ଶିବିର କରାଯାଇପାରେ। ପ୍ରତି ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ଥାନୀୟ ହବିଷ୍ଯାଳି ପଞ୍ଜିକରଣ କରିପାରିବେ। ଏହାସହ ହବିଷ୍ୟାଳୀଙ୍କ ପାଇଁ ବୁଷ୍ଟର ଡୋଜ ଟିକାକରଣ ବାଧ୍ଯତାମୂଳକ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Leave A Reply

Your email address will not be published.