ଦଶହରା ବୁଲିବେ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା : ପୂଜା ମଣ୍ଡପ ବୁଲି ମାଙ୍କ ଆଶିଷ ନେବେ ଦୁଇ ନେତା

ଭୁବନେଶ୍ୱର: କଟକ ଦଶହରା ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆସନ୍ତା ୧୨ ତାରିଖରେ ମହନବମୀରେ କଟକ ଦଶହରା ବୁଲିବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩୪ ଟି ପୂଜାମଣ୍ଡପ ବୁଲିବେ। ପୂଜାମଣ୍ଡପ ବୁଲି ମା ଦୁର୍ଗତିନାଶିନୀ ଦୁର୍ଗାଙ୍କର ଦର୍ଶନ କରିବେ। ସକାଳ ସାଢେ ୯ ଟାରୁ ପ୍ରତାପନଗରୀରୁ ଆରମ୍ଭ କରିବେ। ଅପରାହ୍ନ ୩ ଟାରେ ରାମନଗର ପୂଜାମଣ୍ଡପରେ ଶେଷ କରିବେ। ପ୍ରତି ପୂଜା ମଣ୍ଡପରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବ୍ୟାପକ ବ୍ୟବସ୍ଥା କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଦଶହରା ବୁଲାକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡ଼ି କରାଯାଇଛି। ଯେଉଁ ପୂଜା ମଣ୍ଡପ ବୁଲି ଯିବେ ମୁଖ୍ୟମନ୍ତ୍ରୀ ସେଠି ଗହଳି ଦୃଷ୍ଟିରୁ ବ୍ୟବସ୍ଥା କରାଯିବ। ଅନ୍ୟପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ପୂଜା ମଣ୍ଡପ ବୁଲିଯିବେ। ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତାଙ୍କ ପୂଜା ମଣ୍ଡପ ବୁଲାକୁ ନେଇ ରାଜନୀତି ଆରମ୍ଭ ହୋଇଗଲାଣି। ଉଭୟ ଦଳ ପରସ୍ପର ବିରୋଧରେ ଆରୋପ ପ୍ରତି ଆରୋପ ଲଗାଉଛନ୍ତି। ଦଳୀୟ ସ୍ୱାର୍ଥ ପାଇଁ ଏମିତି ପୂଜା ବୁଲା କାର୍ଯ୍ୟକ୍ରମ ହେଉଛି ବୋଲି ରାଜନୀତି ବିସ୍ଲେଶକ କହୁଛନ୍ତି।