thelifelinemedia
Latest Odisha News, Breaking News Today

ନୂଆପଡାରେ ଫାଷ୍ଟ ଫୁଡ ଦୋକାନୀଙ୍କୁ ଗୁଳିମାଡ ଘଟଣା: ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ଜୀବନ 

ନୂଆପଡା: ନୂଆପଡ଼ା ଜିଲ୍ଲା ସିନାପାଲି ଥାନା କାପସି ଛକରେ ଫାଷ୍ଟ ଫୁଡ ଦୋକାନୀଙ୍କୁ ଗୁଳିମାଡ ଘଟଣାରେ ନୂଆମୋଡ ନେଲା। ଆଜି ରାୟପୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଫାଷ୍ଟଫୁଡ ଦୋକାନୀ ନୀଳାମ୍ବର ମେହେରଙ୍କ ମୃତ୍ଯୁ ଘଟିଛି।ଏନେଇ ସୂଚନା ଦେଇ ଛନ୍ତି ଖଡ଼ିଆଳ ଏସଡିପି ଅରୂପ ଅଭିଷେକ ବେହେରା। ଗୁଳିମାଡ଼ କରିଥିବା ସିନାପାଲି କାପସି ଗାଁର ନାସିର ଖାନ ଓ ଆଲୋକ ଦାଶକୁ ସିନାପାଲି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେମାଙ୍କଠାରୁ ଗୋଟିଏ ପିସ୍ତଳ ଓ ୮ ଟି ଅଫୁଟା ଗୁଳି ଜବତ କରିଥିଲା। ଗତ ୭ ତାରିଖ ଦିନ ରାତ୍ରି ୯ ଘଣ୍ଟା ସମୟ ରେ ସିନାପାଲି କାପସି ଛକରେ ଫାଷ୍ଟ ଫୁଡ ଦୋକାନୀ ନୀଳାମ୍ବର ମେହେରଙ୍କୁ ଗୁଳି ମାଡ ହୋଇଥିଲା। ତାଙ୍କ ତଳି ପେଟରେ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରିବା ପରେ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।ହେଲେ ତାଙ୍କ ଅବସ୍ଥା ଶଙ୍କଟାପନ୍ନ ହେବାରୁ ରାୟପୁର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ଚିକତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା। ଆଜି ସକାଳେ ନୀଳାମ୍ବରଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି।ଏନେଇ ସିନାପାଲି ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି।

Leave A Reply

Your email address will not be published.