thelifelinemedia
Latest Odisha News, Breaking News Today

ଯାତ୍ରା ମଞ୍ଚରେ ଅଶୀଳ ନୃତ୍ୟ ପରିବେଷଣକୁ ବିରୋଧ: ହଟହଟା ହେଲେ ନିଶା ମହାରଣା

ଯାଜପୁର: ପୁଣି ଯାତ୍ରା ମଞ୍ଚରେ ଅଶୀଳ ନୃତ୍ୟ ପରିବେଷଣକୁ ବିରୋଧ। ଦର୍ଶକଙ୍କ ଚେୟାର ମାଡରେ ଫାଟିଲା ଆଇଟମ ଡ୍ୟାନ୍ସର ନିଶା ମହାରଣାଙ୍କ ମୁଣ୍ଡ। ଯାଜପୁର ଜିଲା କୋରେଇ ଥାନା ରଗଡି ଠାରେ ମା କାମୁଡ଼େଇ ଆଞ୍ଚଳିକ ଯୁବକ ସଂଘ ପକ୍ଷରୁ ଅୟୋଜିତ ଯାତ୍ରାରେ ନୃତ୍ୟ ପରିବେଷଣ କରୁଥିବା ଅଭିନେତ୍ରୀ ନିଶା ମହାରଣାଙ୍କୁ ଦର୍ଶକ ଚେୟାର ଫିଙ୍ଗିଥିବା ବେଳେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ପ୍ରବଳ ରକ୍ତସ୍ରାବ ହୋଇଛି। ତେବେ ଗତକାଲି ରାତିରେ ଅପେରା ସ୍ଵପ୍ନ ମହଲର ତୃତୀୟ ରଜନୀରେ ଅତିଥି କଳାକାର ଭାବେ ମେଲୋଡିରେ ଆସି ଆଇଟମ ସଙ୍ଗରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରୁଥିବା ବେଳେ ଜଣେ ଦର୍ଶକ ତାଙ୍କ ଉପରକୁ ଚେୟାର ମାଡ କରିଥିଲେ। ଚେୟାରଟି ତାଙ୍କ ମୁଣ୍ଡରେ ବାଜି ମୁଣ୍ଡ ଫାଟିଥିବା ବେଳେ ସେ ତୁରନ୍ତ ଯାତ୍ରା ମଞ୍ଚ ଉପରୁ ଗ୍ରୀନ୍ ରୁମ୍ କୁ ପଳାଇ ଯାଇଥିଲେ। ନିଶାଙ୍କୁ ଚେୟାର ମାଡ ପରେ କିଛି ସମୟ ପାଇଁ ମେଲୋଡି ପରିବେଷଣ ବନ୍ଦ ରହିବା ସହ ଏହି ଘଟଣାକୁ ନେଇ ଉଭୟ ମଞ୍ଚ ଉପରେ ଓ ବାହାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। କୋରେଇ ପୋଲିସ ଓ ଯାତ୍ରା କମିଟି ସଦସ୍ୟ ମାନେ ( ଆଇଟମ ଡ୍ୟାନ୍ସର) ଅଭିନେତ୍ରୀ ନିଶାଙ୍କୁ କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନେଇ ସେଠାରେ ପ୍ରାଥମିକ ଚିକିତ୍ସା କରିଥିବା ଜଣାପଡିଛି… ନିଶା ମହାରଣାଙ୍କ ଡାହାଣ ପାର୍ଶ୍ଵର ଆଖିପତ୍ତା ଉପରେ ଚେୟାରଟି ବାଜି କ୍ଷତ ହୋଇଥିବା ବେଳେ ମୁଣ୍ଡରେ ବ୍ୟାଣ୍ଡେଜ୍ ପଡିଥିବା ଦେଖିବାକୁ ମିଳିଛି। କୋରେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣକୁ ନେଇଥିବା ବେଳେ ଯାତ୍ରା କମିଟି ପକ୍ଷରୁ ଏ ନେଇ କୌଣସି ମତାମତ ମିଳିପାରିନାହିଁ।

Leave A Reply

Your email address will not be published.