thelifelinemedia
Latest Odisha News, Breaking News Today

ନୂଆରୂପ ପାଇବ ଭୁବନେଶ୍ବର ବିମାନ ବନ୍ଦର

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ମନ୍ଦିରର ରୂପରେଖ ବଦଳିବାକୁ ଯାଉଛି। ଖୁବଶୀଘ୍ର ରନୱେ କ୍ୟାଟଟୁ ଲାଇଟ ଏକ ମାସ ଭିତରେ ଶେଷ କରାଯିବ। ପୁରୁଣା ଟର୍ମିନାଲ ପାଖରେ ନୂଆ ଟର୍ମିନାଲ ନିର୍ମାଣ ହେବ। ଏବେ ଦେଶର ୨୦ ଟି ସହର ସହ ବିଦେଶ ର ୪ ଟି ସ୍ଥାନକୁ ଭୁବନେଶ୍ବର ଏୟାରପୋର୍ଟ ସଂଯୋଗ କରୁଛି। ଡବଲ ଇଞ୍ଜିନ ସରକାରରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ବ୍ୟାପକ ଆଗକୁ ଯିବ। ଭୁବନେଶ୍ବରରେ ଏବେ ଯେଉଁ ଟର୍ମିନାଲ ଅଛି ସେଥିରେ ୪୦ ରୁ ୫୦ ଲକ୍ଷ କ୍ଷମତା ରହିଛି। ଆସନ୍ତା ବର୍ଷେ ମଧ୍ୟରେ ଭିତରେ ଏହାକୁ ୮୦ ଲକ୍ଷ କରାଯିବ। ପୁରୁଣା ଟର୍ମିନାଲ ପାଖରେ ନୂଆ ଟର୍ମିନାଲ ନିର୍ମାଣ ହେବ। ଦୁଇ ବର୍ଷ ମଧ୍ୟରେ ନୂଆ ଟର୍ମିନାଲ ନିର୍ମାଣ ହେବାକୁ ଯୋଜନା କରାଯାଇଛି। ଖୁବଶୀଘ୍ର ରନୱେ କ୍ୟାଟଟୁ ଲାଇଟ ଏକ ମାସ ଭିତରେ ଶେଷ କରାଯିବ। ଅନ୍ୟ ଯେଉଁ ଛୋଟ ଛୋଟ କାର୍ଯ୍ୟ ଚାଲିଛି ତାହା ମଧ୍ୟ ଶେଷ ହେବ। ରାଜ୍ୟର ରାଜଧାନୀ ର ଏହି ଏୟାରପୋର୍ଟ ରହିଛି ଯାହା ଧିରେ ଧିରେ ବୃଦ୍ଧି ହେଉଛି। ଆଗାମୀ ୧୦ ରୁ ୨୦ ବର୍ଷ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ହେବ। ନୂଆ ଟର୍ମିନାଲ ବାନାଇବା ସହ ଡୋମେଷ୍ଟିକ, ଇଣ୍ଟରନ୍ୟାସନାଲ ପାସେଞ୍ଜର ଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବ। ଏବେ ଏହି ଏୟାରପୋର୍ଟ ଦେଶରେ ୨୦ ସହର କୁ ସଂଯୋଗ କରୁଛି, ଆଗକୁ ଜମ୍ମୁ, ଗୁଜୁରାଟ, ଆନ୍ଧ୍ର, ଭଳି ଦେଶ ର ଅନ୍ୟସ୍ଥାନ କୁ ସଂଯୋଗ କରିବାକୁ ଡିମାଣ୍ଡ ଆସୁଛି। ଯାହାକୁ ନେଇ ମନ୍ତ୍ରାଳୟ ସହ କଥା ହୋଇ ପୂରଣ କରାଯିବ ବୋଲି କେ. ରାମମୋହନ ନାଇଡୁ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କହିଛନ୍ତି।

ସେହିପରି ଓଡ଼ିଶାର ଝାରସୁଗୁଡ଼ା ରେ ଏୟାରପୋର୍ଟ ଅଛି। ଗତ ଦଶ ବର୍ଷ ମଧ୍ୟରେ ଉତ୍କେଳା, ଜୟପୁର, ରାଉରକେଲା ସହରର ରିଜିଓନାଲ କନେକ୍ଟିଭିଟି ମାଧ୍ୟମରେ ଆଗକୁ ବଢ଼ିଛି । ରିଜିଓନାଲ୍ ଏୟାରପୋର୍ଟ ର କିଭଳି ଉନ୍ନତି କରଣ ହୋଇପାରିବ ସେନେଇ ପ୍ରଚେଷ୍ଟା କରାଯିବ। ରାଜ୍ୟ ସରକାର ସିଭିଲ ଏଭିଏସନ୍ କୁ ନେଇ ବେଶ ତତ୍ପର ଅଛନ୍ତି। ଓଡ଼ିଶାରେ ପୁରୀ ଭଳି ଆଧ୍ୟାତ୍ମିକ ସହର ଅଛି ଏଣୁ ବିଭିନ୍ନ ସ୍ଥାନରୁ ବିମାନ ଚଳାଚଳ କରିବାକୁ ପ୍ରଚେଷ୍ଟା କରାଯିବା ନେଇ ପଦକ୍ଷେପ ନିଆ ଯାଉଛି।

Leave A Reply

Your email address will not be published.