thelifelinemedia
Latest Odisha News, Breaking News Today

କଟକ ଗ୍ରାମାଞ୍ଚଳ ଏସପି ଭାବେ କାର୍ଯ୍ୟରେ ଯୋଗ ଦେଲେ ପ୍ରତୀକ ସିଂ

କଟକ: କଟକ ଗ୍ରାମାଞ୍ଚଳ ଏସପି ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ୨୦୧୪ ବ୍ୟାଚ ଆଇପିଏସ ଅଧିକାରୀ ପ୍ରତୀକ ସିଂହ। କଟକ ଗ୍ରାମଞ୍ଚଳର ବିଦାୟୀ ଏସପି ଏଲ୍ ଦିବ୍ୟା ଭି ଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି ପ୍ରତୀକ ସିଂହ। ପୂର୍ବରୁ ସେ କଟକର ଡ଼ିସିପି ଭାବେ କାର୍ଯ୍ୟ କରିଥିବା ବେଳେ ଏବେ ଭୁବନେଶ୍ୱର ଡ଼ିସିପି ଭାବେ କାର୍ଯ୍ୟ କରୁଥିଲେ। ସେ କମିଶନରେଟ ପୋଲିସରେ କଟକ ଡ଼ିସିପି ଭାବେ ୨୦୨୦ ମସିହା ଜୁଲାଇ ୨୦ ତାରିଖରୁ ୨୦୨୨ ମସିହା ମେ ୪ ତାରିଖ ପର୍ଯ୍ୟନ୍ତ କାମ କରିଥିଲେ। ଏହାପରେ ସେବେଠାରୁ ଆଜି ପର୍ଯ୍ୟନ୍ତ ୨ ବର୍ଷ ୫ ମାସ ଧରି ଭୁବନେଶ୍ୱର ଡ଼ିସିପି ଭାବେ କାର୍ଯ୍ୟ କରି ଆସୁଥିଲେ। କଟକ ପୋଲିସ ଜିଲ୍ଲାର ଏସପି ଭାବେ ଯୋଗ ଦେବା ପରେ ପ୍ରତୀକ ସିଂ ଗଣମାଧ୍ୟମକୁ ସୂଚନା ଦେବାକୁ ଯାଇ କହିଛନ୍ତି ଯେ, କଟକ ପୋଲିସ ଜିଲା ରାଜ୍ୟର ଏକ ସର୍ବ ପୁରାତନ ପୋଲିସ ଜିଲା। ପୂର୍ବରୁ ସହରାଞ୍ଚଳ ପୋଲିସ ଜିଲ୍ଲାରେ କାମ କରିଥିବା ସହିତ ମାଲକାନଗିରି କନ୍ଧମାଳ ଭଳି ଜିଲ୍ଲାରେ ମଧ୍ୟ କାମ କରିଛି । ତେଣୁ କଟକ ପୋଲିସ ଜିଲ୍ଲାର ଭୌଗଳିକ ସ୍ଥିତି ସେଭଳି କିଛି ସମସ୍ୟା ରହିବ ନାହିଁ ବୋଲି ଦାୟିତ୍ୱ ନେବା ପରେ ପ୍ରତିକ୍ରିୟା ଦେଇଛନ୍ତି ପ୍ରତୀକ ସିଂ

Leave A Reply

Your email address will not be published.