thelifelinemedia
Latest Odisha News, Breaking News Today

ଆରଆଇ ପରୀକ୍ଷା ବନ୍ଦ କରିବାକୁ ପ୍ରତିବାଦ: ଅନଲାଇନ ନୁହେଁ ଅଫଲାଇନରେ ପରୀକ୍ଷା କରିବାକୁ ଦାବି 

ଭୁବନେଶ୍ୱର: ରାଜରାସ୍ତାରେ ଆରଆଇ ଆଶାୟୀ। ପରୀକ୍ଷା ବନ୍ଦ କରିବାକୁ ପ୍ରତିବାଦ କରିଛନ୍ତି ହଜାର ହଜାର ଆରଆଇ ଆଶାୟୀ ଓ ପରୀକ୍ଷାର୍ଥୀ। ଏ ନେଇ ମନ୍ତ୍ରୀଙ୍କୁ ଭେଟି ନିଜ ଦାବି ଜଣାଇବାକୁ ଆରଆଇ ଆଶାୟୀଙ୍କ ଭିଡ ଦେଖିବାକୁ ମିଳିଛି ମନ୍ତ୍ରୀଙ୍କ ବାସ ଭବନ ପରିସରରେ।ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସରକାରୀ କ୍ୱାଟର ଆଗରେ ହଂଗାମା ଦେଖିବାକୁ ମିଳିଥିଲା। ପରୀକ୍ଷାରେ ଅନିୟମିତତା ସହ ଅନଲାଇନ୍ ପରୀକ୍ଷାକୁ ବିରୋଧ କରି ଘେରାଉ କରିଛନ୍ତି। ପରୀକ୍ଷା ଅନଲାଇନ୍ ବଦଳରେ ଅଫଲାଇନ କରିବାକୁ ଦାବି ଜଣାଇଛନ୍ତି।ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ନିଜର ଦାବି ପହଞ୍ଚାଇବାକୁ ଚାହୁଁଛନ୍ତି ଆନ୍ଦୋଳନକାରୀ। ବିଭିନ୍ନ ସରକାରୀ ଚାକିରୀରେ ଅନିୟମିତତା ରହିଛି। କେଉଁଠି ହୋଟେଲରେ ପରୀକ୍ଷା ହେଉଛି କେଉଁଠି ଗୋଦାମ ଘରେ ବୋଲି ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ। ତେଣୁ ତୁରନ୍ତ ସରକାର ଏ ଦିଗରେ ପଦକ୍ଷପ ଗ୍ରହଣ କରିବା ସହ ଦୋଷୀଙ୍କ ଉପରେ କାଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଆନ୍ଦୋଳନକାରୀମାନେ ଦାବୀ ଜଣାଇଛନ୍ତି । କେବଳ ଭୁବନେଶ୍ୱରରେ ନୁହେଁ ରାଜ୍ୟର ସବୁ ଜାଗାରେ ଆରଆଇ ପରୀକ୍ଷାର ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପରୀକ୍ଷାର୍ଥୀ।

Leave A Reply

Your email address will not be published.