ଆରଆଇ ପରୀକ୍ଷାରେ ଅନିୟମିତତା ଅଭିଯୋଗ

କଣ୍ଟାମାଳ : ଆରଆଇ ପରୀକ୍ଷାରେ ଅନିୟମତତା ଅଭିଯୋଗ। ବୌଦ୍ଧ ଜିଲ୍ଲା ଦହ୍ୟା ଠାରେ ଓମ୍ କମ୍ପୁଟର ସେଣ୍ଟର୍ ରେ ଚାଲିଥିବା ଅସଲି ଆର ଆଇ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେଉଥିବା ବେଳେ ଦିନକୁ ତିନି ଟି ସିଫ୍ଟରେ ପରୀକ୍ଷା କେନ୍ଦ୍ରରେ ଚାଲିଥିଲା ପରୀକ୍ଷା। କୌଣସି ସୂତ୍ରରୁ ଖବର ପାଇଁ ସେଣ୍ଟରର ନକଲି ପ୍ରୋଫାଇଟର ବୋଲାଉଥିବା ଅଭିଯୁକ୍ତ ସୁବଳ କହଁରକୁ ମାଡ଼ିବସିଲା ପୋଲିସ। ଘଟଣା ସ୍ଥଳରେ ଅସଲି କମ୍ପୁଟର ସେଣ୍ଟର୍ ର ମାଲିକ କିମ୍ବା ଇନଚାର୍ଜ ନ ଥିବା ବେଳେ ଅସଲି କମ୍ପୁଟର ସେଣ୍ଟର୍ ର ମାଲିକଙ୍କ ଅନୁପସ୍ଥିତିରେ ନିଜକୁ ପ୍ରୋଫାଇଟର କହି ଅଭିଯୁକ୍ତ ସୁବଳ କହଁର ଚଳାଉଥିଲେ ଏହି କମ୍ପୁଟର ସେଣ୍ଟର୍ । ନକଲି ମାଲିକ କୁ ପଚରା ଉଚରା ପାଇଁ ମନମୁଣ୍ଡା ପୋଲିସ ଅଟକ ରଖିଥିବା ସୂଚନା ମିଳିଛି l ରାଜ୍ୟରେ ସେପ୍ଟେମ୍ବର ୨୦ ତାରିଖରୁ ଆରମ୍ବ ହୋଇଛି ଆରଆଇ ପରୀକ୍ଷା। ଆରମ୍ଭରୁ ପରୀକ୍ଷାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ପରୀକ୍ଷାର୍ଥୀ। ପରୀକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରୀକ୍ଷାର୍ଥୀ ମାନେ।