thelifelinemedia
Latest Odisha News, Breaking News Today

ଗୋଟିଏ ସ୍ଥାନରେ ଏକାଠି ହେଲେ ସବୁ ଟ୍ୟାକ୍ସି

ନୂଆଦିଲ୍ଲୀ: ମୋବାଇଲ ଆପରେ ଟ୍ୟାକ୍ସି ବୁକ୍ କରିବା ଆଜିର ସମୟରେ ସହଜ ହୋଇଛି । ଯାତ୍ରା କରିବା ପାଇଁ ଯେକୌଣସି ସ୍ଥାନକୁ ଟ୍ୟାକ୍ସି ବୁକ କରି ଡାକିପାରିବେ । ତେବେ, ଏହିପରି ଏକ ଆପକୁ ହ୍ୟାକ କରି ବଡ଼ ଟ୍ରାଫିକ ଜାମ୍‌ର ମାମଲା ସାମନାକୁ ଆସିଛି । ରୁଷର ରଜଧାନୀ ମସ୍କୋରେ ଘଟିଛି ଏପରି ଘଟଣା । ରୁଷର ରାଇଡ୍ ବୁକିଂ ଆପ ୟାନଡେକ୍ସ ଟ୍ୟାକ୍ସିକୁ ହ୍ୟାକ କରି ପରିବା ପରେ ହ୍ୟାକର ଗୋଟିଏ ସମୟରେ ଗୋଟିଏ ସ୍ଥାନକୁ ବହୁ ସଂଖ୍ୟାରେ ଟ୍ୟାକ୍ସି ଡକାଇଥିଲେ । ସେପ୍ଟେମ୍ୱର ୧ରେ କୁତୁଜୋବକ୍ସିରେ ଏହି ଘଟଣା ଘଟିଥିଲା।

ୟାନଡେକ୍ସ ଟ୍ୟାକ୍ସି ରୁଷର ସମ୍ୱାଦ ସରବରାହ ସଂସ୍ଥା ଟାସକୁ ପ୍ରତିକ୍ରିୟା ଦେଇ କହିଛି, ‘ସେପ୍ଟେମ୍ୱର ୧ରେ ୟାନଡେକ୍ସ ଟ୍ୟାକ୍ସିର ସେବାକୁ ଟାର୍ଗେଟ କରି ହ୍ୟାକର ଫିଲି ଅଞ୍ଚଳରେ ଡର୍ଜନ ଡର୍ଜନ ଡ୍ରାଇଭରଙ୍କୁ ବ୍ଲକ ଅର୍ଡର କରିଥିଲେ । କମ୍ପାନି କହିଛି, ପ୍ରାୟ ୪୦ ମିନିଟ୍ ଯାଏଁ ଟ୍ରାଫିକ ଜାମ୍ ସ୍ଥିତି ଦେଖିବାକୁ ମିଳିଥିଲା । କମ୍ପାନି ଦାବି କରିଛି ଯେ, ଭବିଷ୍ୟତରେ ଏପରି ହ୍ୟାକିଂ କରି ରୋକିବା ପାଇଁ ଆବଶ୍ୟକୀୟ ପରିବର୍ତ୍ତନ କରାଯାଇଛି’।

Leave A Reply

Your email address will not be published.