thelifelinemedia
Latest Odisha News, Breaking News Today

ଓଲଟିଲା ତୀର୍ଥଯାତ୍ରୀ ବସ୍‌: ୪ ମୃତ, ୩୦ ଗୁରୁତର

ଅଧାରେ ରହିଲା ପୁରୀ ତ୍ରୀର୍ଥଯାତ୍ରା। ଉତ୍ତର ପ୍ରଦେଶରରୁ ତୀର୍ଥଯାତ୍ରୀଙ୍କୁ ନେଇ ପୁରୀ ଅଭିମୁଖେ ଯାଉଥିବା ଏକ ଘରୋଇ ବସ୍ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅଧୀନ ୬୦ ନମ୍ବର ଜାତୀୟ ରାଜପଥର ମହମ୍ମଦନଗରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମହିଳାଙ୍କ ସମେତ ୪ ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ଅଛନ୍ତି।

ସୂଚନା ଅନୁସାରେ ୫୭ ଜଣ ଯାତ୍ରୀଙ୍କୁ ନେଇ ତୀର୍ଥ ଯାତ୍ରା ପାଇଁ ଯାଉଥିବା କ୍ରିଷ୍ଣା ନାମକ ଏକ ଯାତ୍ରୀବାହୀ ବସ୍ ଜଳେଶ୍ଵର ଥାନା ଅଧିନସ୍ଥ ୬୦ ନମ୍ବର ଜାତୀୟ ରାଜପଥର ମହମ୍ମଦ ନଗର ପାଟଣା ପଞ୍ଚାୟତର ଚାଳନ୍ତି ବାଇପାସ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣେ ମହିଳାଙ୍କୁ ମିଶାଇ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ସେହିପରି ଅଧିକାଂଶ ଯାତ୍ରୀ ବସ ତଳେ ଚାପି ହୋଇ ରହିଥିଲା ବେଳେ ଖବର ପାଇ ଜଳେଶ୍ବର ପୁଲିସ, ଅଗ୍ନିଶମବାହିନୀ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ସେମାନଙ୍କୁ ଜିକେ ଭଟ୍ଟର ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଛି।

Leave A Reply

Your email address will not be published.