thelifelinemedia
Latest Odisha News, Breaking News Today

ପ୍ରଥମ କ୍ଲାଡ୍‌ ୧ବି ଏମ୍‌ପକ୍ସ ମାମଲା ଚିହ୍ନଟ ପରେ ଇମର୍ଜେନ୍ସି ଘୋଷଣା

ନୂଆଦିଲ୍ଲୀ: ଦେଶରେ ଆଜି କ୍ଲାଡ ୧ବିି ପ୍ରଜାତିର ପ୍ରଥମ ଏମ୍‌ପକ୍ସ ମାମଲା ଚିହ୍ନଟ ହୋଇଛି। ଏହି ପ୍ରଜାତି ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ଏମ୍‌ପକ୍ସକୁ ଗତମାସରେ ଦ୍ବିତୀୟ ଥର ପାଇଁ ଜରୁରୀ ସ୍ବାସ୍ଥ୍ୟ ପରିସ୍ଥିତି ଘୋଷଣା କରିଛି। କେରଳର ଜଣେ ବ୍ୟକ୍ତିଙ୍କଠାରେ ଏହି ଏମ୍‌ପକ୍ସ କ୍ଲାଡ୍‌ ୧ବି ମାମଲା ଚିହ୍ନଟ ହୋଇଥିଲା। ମିଳିଥିବା ସୂଚନାନୁଯାୟୀ ମଲ୍ଲପୁରମ ଜିଲ୍ଲାର ୩୮ ବର୍ଷୀୟ ଏହି ଯୁବକ ନିକଟରେ ୟୁଏଇରୁ ଫେରିଥିଲେ। ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ଜଣାପଡ଼ିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ମୁଖପାତ୍ର ମନୀଷ ବର୍ମା ଦେଶରେ ଏମ୍‌ପକ୍ସ କ୍ଲାଡ୍‌ ୧ବି ପ୍ରଜାତି ଚିହ୍ନଟ ହୋଇଥିବା ସ୍ପଷ୍ଟ କରିଛନ୍ତି। ଗତ ସପ୍ତାହରେ ଏମ୍‌ପକ୍ସ ସଂକ୍ରମିତ ହୋଇଥିବା ମଲପ୍ପୁରମର ଜଣେ ବ୍ୟକ୍ତିଙ୍କଠାରେ ଏହି କ୍ଲାଡ୍‌ ୧ବି ପ୍ରଜାତି ଚିହ୍ନଟ ହୋଇଥିବା ବର୍ମା କହିଛନ୍ତି। ଅନ୍ୟପକ୍ଷେ ଏହା ପୂର୍ବରୁ ହରିୟାଣାର ହିସାରରେ ଏମ୍‌ପକ୍ସରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କଠାରେ କ୍ଲାଡ୍‌ ୨ ପ୍ରଜାତି ଚିହ୍ନଟ ହୋଇଥିଲା।

ଏମ୍‌ପକ୍ସ କ୍ଲାଡ୍‌ ୧ବି ପ୍ରଜାତି ଦକ୍ଷିଣ ଆଫ୍ରିକାରେ ଦ୍ରୁତ ଗତିରେ ବ୍ୟାପୁଛି ଏବଂ ଏଥିପାଇଁ ଅତି ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଉପୁଜୁଛି। ଭାରତରେ ପ୍ରଥମ ଥର ପାଇଁ ୨୦୨୨ରେ ଏମ୍‌ପକ୍ସ ମାମଲା ଚିହ୍ନଟ ହୋଇଥିଲା। ‌ସେବେଠାରୁ ବର୍ତ୍ତମାନ ସୁଦ୍ଧା ୩୨ ଜଣ ଏହି ରୋଗରେ ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି।

Leave A Reply

Your email address will not be published.