ସମୁଦ୍ରରେ ବୁଡି ଯିବାର ୧୧ ଦିନ ପରେ ଅନ୍ୟ ଦେଶରୁ ମିଳିଲେ ଯୁବକ

ସମୁଦ୍ରରେ ବୁଡିଯିବାର ୧୧ ଦିନ ପର୍ଯ୍ୟନ୍ତ ପାଣି ଭିତରେ ନିଜକୁ ସୁରକ୍ଷିତ ଭାବେ ବଞ୍ଚାଇ ରଖିପାରିଥିଲେ । ଏହାସହ ଏବେ ତାଙ୍କୁ ଅନ୍ୟ ଏକ ଦେଶରୁ ଉଦ୍ଧାର କରାଯିବା ଖବର ସମସ୍ତଙ୍କୁ ଚକିତ କରିଦେଇଛି ।
ବ୍ରାଜିଲ ଜଣେ ମାଛ ଧରାଳୀ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ତାଙ୍କ ଡଙ୍ଗା ସହ ସେ ସମୁଦ୍ରରେ ବୁଡି ଯାଇଥିଲେ । ଏହାପରେ ଯୁବକ ଜଣଙ୍କ ଡଙ୍ଗାରେ ମାଛକୁ ସୁରକ୍ଷିତ ରଖିବାକୁ ଯେଉଁ ଫ୍ରିଜ ଥିଲା ତା ଭିତରେ ପଶି ଯାଇଥିଲେ । ଏହାପରେ ପୁରା ୧୧ ଦିନ ପର୍ଯ୍ୟନ୍ତ ସେ ସମୁଦ୍ରର ଢେଉ ସହିତ ଭାସମାନ ଅବସ୍ଥାରେ ରହିଥିଲେ ।
ଦୀର୍ଘ ୧୧ ଦିନ ପରେ ବ୍ୟକ୍ତି ଜଣଙ୍କ ଯେଉଁଠାରେ ବୁଡି ଯାଇଥିଲେ ତାର ୪୫୦ କିଲୋମିଟର ଦୂର ଅନ୍ୟ ଏକ ଦେଶର ଲୋକ ତାଙ୍କୁ ଉଦ୍ଧାର କରିଛନ୍ତି । ଏହାପରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇ ସନ୍ଦେହରେ ୧୬ ଦିନ ପର୍ଯ୍ୟନ୍ତ ଜେଲରେ ରଖାଯାଇଥିଲା ।
ଏଭଳି ଏକ ଆକଶ୍ମିକ ଦୁର୍ଘଟଣାରେ ଶିକାର ହୋଇଥିବା ବ୍ୟକ୍ତିଙ୍କ ନାମ ରୋମୁଆଲଡୋ । ସେ ବ୍ରାଜିଲ ସୀମାରେ ସମୁଦ୍ରରେ ବୁଡି ଯାଇଥିବା ବେଳେ ତାଙ୍କୁ ସୁରିନାମରୁ ଉଦ୍ଧାର କରାଯାଇଛି । ହେଲେ ୧୧ ଦିନ କାଳ ଭୋକିଲା ପେଟରେ ରହିବାରୁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଛି । ହେଲେ ସୁରିନାମ ସୀମରେ ବେଆଇନ ଭାବେ ପ୍ରବେଶ କରିଥିବାରୁ ତାଙ୍କୁ ପୁଣି ୧୬ ଦିନ କାଳ ଜେଲରେ ରହିବାକୁ ପଡିଥିଲା ।