ରୋଡ ରୋମିଓଙ୍କୁ ନେଇ କ୍ରାଇମ ସିନ ରିକ୍ରିଏସନ: ଭରତପୁର ଥାନା ଘଟଣାରେ ଜୋରଦାର ତଦନ୍ତ

ଭୁବନେଶ୍ୱର: ଭରତପୁର ଥାନାଘଟଣାରେ ରୋଡ଼ ରୋମିଓଙ୍କ କ୍ରାଇମ ସିନ ରିକ୍ରିଏସନ କରାଯାଇଛି। ରୋଡ ରୋମିଓଙ୍କୁ ନେଇ କ୍ରାଇମ ସିନ ରିକ୍ରିଏସନ କଲା ଚନ୍ଦକା ଥାନା ପୋଲିସ। କୋର୍ଟରେ ହଜାର ପୂର୍ବରୁ ଘଟଣା ସ୍ଥଳକୁ ନେଇ ଆଜି କ୍ରାଇମସିନ ରିକ୍ରିଏସନ କରିଛି ପୋଲିସ। ଗତ ୧୫ତାରିଖ ରାତିରେ ତାରିଖ କଣ ଘଟିଥିଲା। କେଉଁ ସ୍ଥାନରେ ହୋଇଥିଲା ଆର୍ମି ମେଜର ଓ ତାଙ୍କ ବାନ୍ଧବୀ ସହ ସ୍ଥାନୀୟ ଯୁବକ ବା ରୋଡ ରୋମିଓଙ୍କ ଝଗଡ଼ା। କାହିଁକି ଝଗଡା ହେଲା ଏ ନେଇ ତଥ୍ୟ ଓଗାରୁଛି ପୋଲିସ। ସୁନ୍ଦରପୁର ଛକରେ ଘଟିଥିଲା ସେହି ଦିନ ରାତିରେ ଘଟଣା ଆଜି ସେହି ସ୍ଥାନକୁ ନେଇ ଅଧିକ ତଦନ୍ତ କରିଛି ପୋଲିସ। ଘଟଣା ପରେ ଗୋଟିଏ ଗୋଟିଏ ପରେ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରୁ ଜଣାପଡିଛି ବିଳମ୍ବିତ ରାତିରେ ଯୁବକମାନେ ସଂଘବଦ୍ଧ ଭାବେ ଯୁବତୀ ଓ ଆର୍ମି ମେଜରଙ୍କୁ ଘେରି ଯାଇଥିଲେ। ଯୁବତୀ ଓ ଯୁବକମାନଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଥିଲା। ଯୁକ୍ତିତର୍କ ବଢ଼ି ଶେଷରେ ଯୁବକମାନେ ଯୁବତୀଙ୍କୁ ଘେରି ଯାଇଥିଲେ। କେଇ ସେକେଣ୍ଡର ଭିଡିଓରୁ ବୁଝା ପଡୁଛି ଯେ ଏଭଳି କାମ କରିବାରେ ଯୁବକମାନେ ଅଭ୍ୟସ୍ତ। ବିଳମ୍ବିତ ରାତିରେ ସଙ୍ଘବଦ୍ଧ ହୋଇ ଲୋକଙ୍କୁ ହଇରାଣ କରିବାରେ ଏମାନେ ପୁରାପୁରି ଅଭ୍ୟସ୍ତ ବୋଲି ଭିଡିଓରୁ ଜଣାପଡୁଛି।