thelifelinemedia
Latest Odisha News, Breaking News Today

ମୋହନ ସରକାରକୁ ପୁରିଲା ୧୦୦ ଦିନ: ପୁରୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ 

ଭୁବନେଶ୍ୱର: ରାଜ୍ୟରେ ମୋହନ ସରକାରକୁ ପୁରିଲା ଶହେ ଦିନ। ଶହେ ଦିନ ପୂର୍ତ୍ତି ଉତ୍ସବରେ ନିଜ ସଫଳତା ବଖାଣିବେ ବିଜେପି ସରକାର। ଏହି ୧୦୦ଦିନ ମଧ୍ୟରେ ସରକାର ଲୋକଙ୍କ ପାଇଁ କଣ କରିଛନ୍ତି, ଲୋକଙ୍କୁ କିଭଳି ସେବା ଯୋଗାଇ ଦେଇଛନ୍ତି ତାର ଗୋଟି ଗୋଟି ହିସାବ ରଖିବେ ମୋହନ ସରକାର। ପୁରୀ ଶରଧାବାଲି ଠାରେ ଅନୁଷ୍ଠିତ ହେବ ବିଜେପି ସରକାର ଗଠନର ଶହେ ଦିନ ପୂର୍ତ୍ତି ଉତ୍ସବ। ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବେ। ଏଥିସହ କାର୍ଯ୍ୟକ୍ରମରେ ରାଜ୍ୟ ମନ୍ତ୍ରିମଣ୍ଡଳ, କେନ୍ଦ୍ରମନ୍ତ୍ରୀ, ସମସ୍ତ ବିଧାୟକ ଏବଂ ସାଂସଦ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଶହେ ଦିନ ଭିତରେ ସମସ୍ତ ପ୍ରତିଶ୍ରୁତି ତଥା ନିର୍ବାଚନୀ ଇସ୍ତାହାର ପୂରଣ କରାଯାଇଥିବାରୁ ଏନେଇ ଏକ ସ୍ବତନ୍ତ୍ର ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ ହେବ । ସୁଭଦ୍ରା ଯୋଜନା ରାଜ୍ୟ ସରକାରଙ୍କ ବଡ଼ ଉପଲବ୍ଧି ହୋଇଥିବା ବେଳେ ସିଏମ କିଷାନ ଯୋଜନା, ଶ୍ରୀ ମନ୍ଦିର ଚାରି ଦ୍ୱାର ଖୋଲିବା, ରତ୍ନ ଭଣ୍ଡାର ଖୋଲିବା ଆଦି ବିଜେପିର ୧୦୦ ଦିନ ଭିତରେ ବଡ଼ ଉପଲବ୍ଧି ବୋଲି କୁହା ଯାଉଛି। ନିର୍ବାଚନ ବେଳେ ଯାହା ପ୍ରତିଶ୍ରୁତି ଥିଲା ତାକୁ ୧୦୦ ଦିନ ଭିତରେ ପାଳନ କରିଛି ବୋଲି ବିଜେପି କହିଛି। ପୁରୀ ଶରଧାବାଲିରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପରେ ଶହେ ଦିନର ପୂର୍ତ୍ତି ଉତ୍ସବ ଜିଲ୍ଲାସ୍ତରରେ ମଧ୍ୟ ପାଳନ କରାଯିବ।

ଅନ୍ୟପଟେ ନିର୍ବାଚନୀ ଇସ୍ତାହାର ଗୋଟେ ପଟେ ସରକାରଙ୍କ କାର୍ଯ୍ୟକ୍ରମ ଆଉ ଗୋଟେ ପଟେ ଥିବାରୁ ବିରୋଧୀ ବିଜେଡ଼ି ଓ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିବା ସହ ପ୍ରତିଶ୍ରୃତି ପାଳନ କରିବାକୁ ଦାବି କରିଛନ୍ତି । ଯାହାକୁ ନେଇ ତେଜିଛି ରାଜନୀତି ।

Leave A Reply

Your email address will not be published.