thelifelinemedia
Latest Odisha News, Breaking News Today

ଭୁବନେଶ୍ୱରରେ ମୋଦି: ଛକ ଛକରେ ମୋଦିଙ୍କୁ ଭବ୍ୟ ସ୍ୱାଗତ

ଭୁବନେଶ୍ୱର:ଭୁବନେଶ୍ୱରରେ ଦେଶର ମୁଖିଆ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱର ବିମାନ ବନ୍ଦରରେ ନିର୍ଦ୍ଧାରିତ ସମୟରେ ପହଁଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ବିମାନବନ୍ଦରରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ପହଂଚି ମୋଦିଙ୍କୁ ସ୍ବାଗତ କରିଥିଲେ। ବିମାନବନ୍ଦରରୁ ମୋଦିଙ୍କ କାରକେଡ ବାହାରିବା ପରେ ହାତ ହଲାଇ ସମ୍ଭୋଧାନ କରିଥିଲେ ମୋଦି। ଛକଛକରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା। ପାରମ୍ପରିକ ନୃତ୍ୟ, ଗୀତ ଓ ବାଜାରେ ଲୋକେ ଝୁମୁଛନ୍ତି। ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଲୋକକଳା ଓ ଲୋକଗୀତରେ କଳାକାରମାନେ ମୋଦିଙ୍କୁ ସ୍ୱାଗତ କରିଥିଲେ।

ମୋଦୀଙ୍କର ଆଜି ୭୪ତମ ଜନ୍ମଦିନ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ଜନତା ମୈଦାନ ସଭାସ୍ଥଳରେ ଏହି ବହୁ ପ୍ରତିକ୍ଷୀତ ଯୋଜନା ଶୁଭାରମ୍ଭ ହେବ।

Leave A Reply

Your email address will not be published.