ପୁଣି ଭୁବନେଶ୍ୱର ବିମାନ ବନ୍ଦରରୁ ଜବତ ହେଲା ୨୦ କେଜି ସୁନା

ଭୁବନେଶ୍ୱର: ପୁଣି ଭୁବନେଶ୍ୱର ବିମାନ ବନ୍ଦରରୁ ଜବତ ହେଲା ୨୦ କେଜି ସୁନା। ମୁମ୍ବାଇରୁ ଆସୁଥିବା ଇଣ୍ଡିଗୋ ବିମାନରୁ ସୁନା ଜବତ କରିଛି CT & GST। ଏହି ମାମଲାରେ କିଛି ବ୍ୟବସାୟୀଙ୍କୁ ପଚରାଉଚରା କରାଯାଇଛି। ୨୦ କେଜି ସୁନାରୁ ୧୬କେଜି ସୁନାର ହିସାବ ଆପାତତ ଠିକ୍ ଥିବା ବେଳେ ୪କେଜି ସୁନାର ହିସାବ ମେଳ ଖାଉନାହିଁ। ସଂପୃକ୍ତ ବ୍ୟବସାୟୀଙ୍କୁ ଡାକି ପଚରାଉଚରା କରାଯାଉଛି। ଭୁବନେଶ୍ୱରର ୫ ବ୍ୟବସାୟୀ ଏହି ସୁନା ଆଣିଥିବା ବେଳେ କଳାହାଣ୍ଡି ଓ ଅନୁଗୋଳ ଆଦି ଅଞ୍ଚଳର ବ୍ୟବସାୟୀଙ୍କ ପାଖକୁ ଏହି ସୁନା ଯାଉଥିବା ଜଣାଯାଇଛି।
ମୁମ୍ବାଇରୁ ଆସୁଥିବା ଇଣ୍ଡିଗୋ ବିମାନରେ ସୁନା ଆସୁଥିବା CT & GST କୌଣସି ସୁତ୍ରରୁ ଖବର ପାଇଥିଲା। ପରେ CT & GSTର ଟିମ୍ ବାହାରେ ଛକି ରହିଥିଲା। ଜଣେ ବ୍ୟକ୍ତି ୨୦ କେଜି ସୁନା ଧରି ବିମାନ ବନ୍ଦରରୁ ବାହାରି ବେଳେ CT & GST ଟିମ୍ ମାଡ଼ି ବସିଥିଲେ। ବାଣୀବିହାରରେ ଥିବା CT & GST ଅଫିସକୁ ନେଇ ପଚରାଉଚରା କରାଯାଇଥିଲା। ୨୦କେଜି ସୁନାରୁ ୧୬କେଜି ସୁନାର ହିସାବ ଆପାତତ ଠିକ୍ ଥିବା ବେଳେ ୪କେଜି ସୁନାର ହିସାବ ମେଳ ଖାଇନଥିଲା। ଯାହାକୁ ନେଇ CT & GST ଟିମ୍ ଖୋଳତାଡ଼ ଆରମ୍ଭ କରିଛି। ଏହା ସୁନା ରାଜସ୍ଥାନରୁ ଆସିଥିବା ବେଳେ ତଦନ୍ତ ଜାରି ରହିଥିବା CT GST ସୂତ୍ରରୁ ଜଣାପଡ଼ିଛି।