ପରଲୋକରେ ସୀତାରାମ: ରାଜନୀତି ଜଗତରେ ବିରାଟ ଶୂନ୍ୟସ୍ଥାନ

ବ୍ୟୁରୋ: ବିଶିଷ୍ଟ ରାଜନେତା ସୀତାରାମ ୟେଚୁରିଙ୍କ ପରଲୋକରେ ସାରା ଦେଶରେ ଖେଳି ଯାଇଛି ଶୋକର ଛାୟା। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ନୂଆଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ସେ ନିମୋନିଆରେ ପୀଡିତ ହୋଇ ଗତ କିଛି ଦିନ ହେବ ଭେଣ୍ଟିଲେଟରରେ ଥିଲେ । ଏମ୍ସର ଏକ ଡାକ୍ତରୀ ଟିମ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଥିଲା । ସୀତାରାମ ୟେଚୁରୀ ୨୦୧୫ରେ ପ୍ରକାଶ କରତଙ୍କ ସ୍ଥାନରେ ସିପିଏମ୍ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।ଭାରତୀୟ ରାଜନୀତିର ଜଣେ ଧୂରୀଣ ରାଜନୀତିଜ୍ଞ ଥିଲେ। ଦୀର୍ଘ ବର୍ଷ ଧରି ସେ ଦେଶରେ କମ୍ୟୁନିଷ୍ଟ ଚିନ୍ତାଧାରାର ପ୍ରସାରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ଜଣେ ଜ୍ଞାନୀ ଓ ଦକ୍ଷ ସାଂସଦ ଭାବରେ ଦେଶର ସଂସଦୀୟ ପରମ୍ପରାର ମୂଲ୍ୟବୋଧକୁ ବଜାୟ ରଖିବାରେ ତାଙ୍କର ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ।