thelifelinemedia
Latest Odisha News, Breaking News Today

ଅଗ୍ନିବୀରଙ୍କ ପାଇଁ ବଡ ଖବର : ରାଜ୍ୟ କ୍ୟାବିନେଟ ନେଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି 

ଭୁବନେଶ୍ୱର: ଅଗ୍ନିବୀର ମାନଙ୍କୁ ନେଇ ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ପ୍ରତ୍ୟକ୍ଷ ନିଯୁକ୍ତି ଦ୍ବାରା ପୂରଣ ହେଉଥିବା ରାଜ୍ୟର ୟୁନିଫର୍ମ ସେବାରେ ଅବସର ପ୍ରାପ୍ତ ଅଗ୍ନିବୀରଙ୍କୁ ନିଯୁକ୍ତି ଦେବେ ରାଜ୍ୟ ସରକାର । ଅବସର ପ୍ରାପ୍ତ ଅଗ୍ନିବୀରଙ୍କ ପାଇଁ ଦଶ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି । ଏହି ସଂରକ୍ଷଣ ଅବସରପ୍ରାପ୍ତ ସୈନିକଙ୍କ ପାଇଁ ଲାଗୁ ହେଉଥିବା ସଂରକ୍ଷଣ ସହିତ ଅତିରିକ୍ତ ଦଶ ପ୍ରତିଶତ (୧୦%) ସଂରକ୍ଷଣ ରହିବ । ନିର୍ଦ୍ଧାରିତ ବୟସ ସୀମାକୁ ତିନି ବର୍ଷ କୋହଳ କରାଯିବ। ଅବସରପ୍ରାପ୍ତ ଅଗ୍ନିବୀରଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷାରୁ ଅବ୍ୟାହତି ଦିଆଯିବ ବୋଲି ଆଜି କ୍ୟାବିନେଟ ରେ ନିଷ୍ପତି ନିଆଯାଇଛି।

ସେହିପରି ଓଡ଼ିଶା ବେସାମରିକ ସେବା (ପୁନର୍ବାସ ସହାୟତା) ନିୟମାବଳୀ, ୨୦୨୦ ର ସଂଶୋଧନ କରାଯାଇଛି। ଏଣିକି ସରକାରୀ କର୍ମଚାରୀଙ୍କ ବିବାହିତ ଝିଅ ଏବଂ ସାବତ ପୁଅ ଝିଅଙ୍କ ପାଇଁ ନିଯୁକ୍ତିର ବ୍ୟବସ୍ଥା ନଥିଲା ବର୍ତ୍ତମାନ ବିବାହିତ ଝିଅ ଏବଂ ସାବତ ଝିଅଙ୍କୁ ନିଯୁକ୍ତି ମିଳିବ। ଅନ୍ୟପଟେ ଅଦାନୀ ହାତକୁ ଗଲା ଗୋପାଳପୁର ବନ୍ଦର। ବନ୍ଦରର 95% share ଅଦାନୀ ପାଖରେ ରହିବ ଏବଂ 5 % share ଷ୍ଟିଭେଡୋରସ ପାଖରେ ରହିବ। ଗୋପାଳପୁର ପୋର୍ଟ୍ ଲିମିଟେଡ ଏକ ସଂଗଠନ, ଯେଉଁଥିରେ ଓଡିଶା ଷ୍ଟିଭେଡୋରସ ଲିମିଟେଡ, ନୋବଲେ ଗ୍ରୁପ ଲିମିଟେଡ ଓ ସାରା ଇନ୍ଟରନ୍ୟାଶନାଲର ଯଥାକ୍ରମେ ୩୪, ୩୩ ଓ ୩୩ ପ୍ରତିଶତ ଅଂଶଧନ ଥାଇ ଗୋପାଳପୁର ବନ୍ଦରର ବିକାଶ କରିଥିଲେ ୨୦୧୦ ଓ ୨୦୧୭ ଏହି ବନ୍ଦରର ଅଂଶଧନ ପରିବର୍ତ୍ତନ ହୋଇଥିଲା। ବର୍ତ୍ତମାନ ଏହି ଗୋପାଳପୁର ବନ୍ଦର ୧୧.୪୩ ମିଲିୟନ ମେଟ୍ରିକ ଟନ ପଣ୍ୟ ପରିବହନ କରୁଛି ଏବଂ ଏହାର ମୋଟ ଆୟରୁ ୭.୫ ପ୍ରତିଶତ ରାଜ୍ୟ ସରକାରଙ୍କୁ ରାଜସ୍ୱ ଅଂଶ ଭାବେ ପ୍ରଦାନ କରୁଛି । କିନ୍ତୁ ଆଜିର ନିଷ୍ପତ୍ତି ଗୋପାଳପୁର ବନ୍ଦର ଆହୁରି ବିକଶିତ କରିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

Leave A Reply

Your email address will not be published.