ସ୍ୱାଭାବିକ ହେଲା ମାଲକାନଗିରି: କମିଲା ପାଣି, ସୁଧୁରିଲା ସ୍ଥିତି

ମାଲକାନଗିରି: ଚାରିଦିନ ପରେ ସ୍ଵାଭାବିକ ହେଲା ମାଲକାନଗିରି ଜିଲ୍ଲା।ପୋଟେରୁ ,କାଙ୍ଗୁରକୋଣ୍ଡା ,କନ୍ୟାଶ୍ରମ ପୋଲ ଉପରୁ ଖସିଲା ପାଣି। ମାଲକାନଗିରିରୁ ମୋଟୁ ଏବଂ କାଲିମେଳାରୁ ପଡିଆକୁ ଯାତାୟାତ ସ୍ୱାଭାବିକ ହୋଇଛି। ଲଗାଣ ବର୍ଷାରେ ମାଲକାନଗିରିରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା। ଏକ ପ୍ରକାର ବାହ୍ୟ ଜଗତରୁ ବାହ୍ୟ ଜଗତରୁ ବିଛିର୍ଣ୍ଣ ହୋଇଥିଲା। ଏବେ ସ୍ଥିତି ଧୀରେ ଧୀରେ ପ୍ରଶମିତ ଅବସ୍ଥାକୁ ଆସିଛି। ଲୋକେ ଉଜୁଡା ଘର ସଜାଡୁଛନ୍ତି।
ଅନ୍ୟପଟେ ବାଲିମେଳା ଜଳଭଣ୍ଡାର ଉପର ମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି । ଜଳଭଣ୍ଡାରରେ ଜଳ ଧାରଣ ସର୍ବୋଚ୍ଚ କ୍ଷମତା ୧୫୧୮ ଫୁଟ ଥୂବାବେଳେ ବର୍ତମାନ ଏଥ୍ରେ ୧୫୦୭ ଫୁଟ ଜଳ ରହିଛି ! ଆସନ୍ତାକାଲି ସକାଳ ୯ଟା ସମୟରେ ବାଲିମେଳା ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ ବୋଲି ପୋଟେରୁ ବୃହତ ଜଳସେଚନ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଇଂ ପୀତବାସ ସେଠି ସୂଚନା ଦେଇଛନ୍ତି ।ତେଣୁ ବାଲିମେଳା ବନ୍ଧର ତଳ ମୁଣ୍ଡରେ ବସବାସ କରୁଥିବା ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ବୋଲି କହିଛନ୍ତି।