thelifelinemedia
Latest Odisha News, Breaking News Today

ସୁନା କିଣୁଥିଲେ ସାବଧାନ: ଗ୍ରାହକଙ୍କୁ ଠକୁଛନ୍ତି ସୁନା ଦୋକାନୀ

ଭୁବନେଶ୍ୱର: ସୁନା କିଣୁଥିଲେ ସାବଧାନ ହୋଇଯାଆନ୍ତୁ।ଆପଣ ହୋଇପାରନ୍ତି ଠକାମୀର ଶିକାର। ସୁନା ଦୋକାନୀ ଚଞ୍ଚକତା କରି ଆପଣଙ୍କୁ ଠକି ପାରନ୍ତି। ଆପଣଙ୍କ ଅଜାଣତରେ ସୁନାଦୋକାନୀ ଆପଣଙ୍କୁ ଠକି ଚୂନ ମାରିଦେବେ। ଯୋଗାଣ ବିଭାଗ ତରଫରୁ କରାଯାଇଥିବା ରେଡ ବର୍ତ୍ତମାନ ଗ୍ରାହକଙ୍କୁ ଚିନ୍ତାରେ ପକାଇଛି।ଗତ ୫ ମାସ ମଧ୍ୟରେ ଯୋଗାଣ ବିଭାଗ ପକ୍ଷରୁ କରାଯାଇଥିବା ୩୧୨୫ ରେଡ଼ରେ ୧୧୬ ବ୍ୟବସାୟୀ ଗ୍ରାହକଙ୍କୁ ଠକିଛନ୍ତି।ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ ହେବା ସହ ସେମାନଙ୍କଠୁ ୩ ଲକ୍ଷ ୧୩ ହଜାର ୮୦୦ ଟଙ୍କାର ଫାଇନ ଆଦାୟ କରାଯାଇଛି। ଖାସକରି ଗଞ୍ଜାମ, ଖୋର୍ଦ୍ଧା ଓ କଟକରେ ସର୍ବାଧିକ ଠକେଇର ଶିକାର ହୋଇଛନ୍ତି ଗ୍ରାହକ। ଗଞ୍ଜାମ ଓ କଟକରେ ୧୭ ଜଣ ବ୍ୟବସାୟୀ ଗ୍ରାହକଙ୍କୁ ଠକିଥିବା ନଜରକୁ ଆସିଥିବା ବେଳେ ଖୋର୍ଦ୍ଧାରେ ୧୬ ବ୍ୟବସାୟୀ ଗ୍ରାହକଙ୍କୁ ଠକିଛନ୍ତି।ଗତବର୍ଷ ମଧ୍ୟ ୪୯୫ ବ୍ୟବସାୟୀ ଗ୍ରାହକଙ୍କୁ ଠକିଛନ୍ତି।ଏ ବାବଦରେ ୧୫ ଲକ୍ଷ ୩୦ ହଜାର ଟଙ୍କା ଫାଇନ ଆଦାୟ ହୋଇଛି। ବିଧାନସଭାରେ ଏ ନେଇ ଲିଖିତ ଉତ୍ତର ରଖିଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ସୁନା କେତେ ଶୁଦ୍ଧ ତାହା ମଧ୍ୟ ଗ୍ରାହକ ଜାଣିିବା କଷ୍ଟକର। ଏହାର ଫାଇଦା ଉଠାଇ ଗ୍ରାହକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଅସାଧୁ ସୁନା ଦୋକାନୀମାନେ ଠକୁଥିବା ଅଭିଯୋଗ ହେଉଛି। ଏଥିପାଇଁ ଯୋଗାଣ ବିଭାଗ ପକ୍ଷରୁ ବିିଭିନ୍ନ ସୁନା ଦୋକାନ ଉପରେ ଗତ କିଛିଦିନ ହେବ ଜୋରଦାର ଚଢ଼ାଉ ଜାରି ରହିଛି। କେବଳ ଯେ ଛୋଟ ଦୋକାନୀ ଠକୁଛନ୍ତି ତାହା ନୁହେଁ, ବଡ ବଡ ନାମକରା ଦୋକାନୀ ମଧ୍ୟ ଗ୍ରାହକଙ୍କୁ ନିମ୍ନମାନର ସୁନା ବିକ୍ରି କରି ଶୋଷଣ କରୁଛନ୍ତି।

 

Leave A Reply

Your email address will not be published.