thelifelinemedia
Latest Odisha News, Breaking News Today

ରାଜ୍ୟରେ ବେକାରୀ ସଂଖ୍ୟା ବୃଦ୍ଧି ପ୍ରସଙ୍ଗ: ସରକାରଙ୍କୁ ଘେରିଲା କଂଗ୍ରେସ 

ଭୁବନେଶ୍ୱର:ରାଜ୍ୟରେ ବେକାରୀ ସଂଖ୍ୟା ବୃଦ୍ଧି ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଣି ରାଜ୍ଯ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଛି କଂଗ୍ରେସ। କଂଗ୍ରେସ ବିଧାୟିକା ସୋଫିଆ ଫିରଦୋସ କହିଛନ୍ତି JSW ଇଭି ପ୍ଲାଣ୍ଟ କଟକରେ ବସାଇବାକୁ ଥିବା ବେଳେ କାହିଁକି ଫେରିଯିବ ? ମହାରାଷ୍ଟ୍ର ଯଦି ତାଙ୍କୁ ସୁବିଧା ଦେଇ ରାଜ୍ୟକୁ ନେଇ ପାରୁଛି ତେବେ ଓଡ଼ିଶା ସରକାର ତାଙ୍କୁ କାହିଁକି ରଖି ପାରୁନାହାନ୍ତି। ବିଦ୍ୟୁତ ଯାନ କମ୍ପାନୀ ବସାଇଲେ ୪୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ପାରିବ। ମେକ ଇନ ଓଡ଼ିଶାରେ ଯେଉଁ କମ୍ପାନୀ ସହ MOU କରିଛନ୍ତି ସେ କମ୍ପାନୀ ସହ ଆଲୋଚନା କରାଯାଇ କମ୍ପାନୀ ପ୍ରତିଷ୍ଠା କରାଗଲେ ନିଯୁକ୍ତି ବଢିବ। ଆଉଟ ସୋର୍ସ ପିଲାଙ୍କୁ ଥଇଥାନ ପାଇଁ ସରକାର ବ୍ୟବସ୍ଥା କରନ୍ତୁ। ଏହା ସହ କେଉଁ ବିଭାଗରେ କେତେ ପଦବୀ ଖାଲି ଅଛି ଓ ସରକାର କେବେ ପୂରଣ କରିବେ ସମୟ ସୀମା ଧାର୍ଯ୍ୟ କରନ୍ତୁ। ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି ବେକାରୀରେ ଓଡ଼ିଶା ୨୧ ନମ୍ବର। ଦୁଇ ବର୍ଷ ଭିତରେ ୬୫ ହଜାର ନିଯୁକ୍ତି ଦେବାକୁ ସରକାର କହୁଛନ୍ତି। ଏହା ବାଦ ଆଉ କେତେ ପଦବୀ ଖାଲି ଅଛି ନା ଅଧିକ ସେ ନେଇ ସରକାର ସ୍ପଷ୍ଟ କରନ୍ତୁ। ଠିକା ନିଯୁକ୍ତି ଉଠାଇବେ କି? ଆଉଟ ସୋର୍ସ ରେ ନିଯୁକ୍ତି ପାଇଥିବା ପିଲା ସଂସ୍ଥା ଦ୍ୱାରା ଶୋଷଣ ହେଉଛନ୍ତି। ସରକାର ଏ ଦିଗରେ ପଦକ୍ଷେପ ନେବେ କି? ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଉତ୍ତର ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ। ବେକାରୀ ବୃଦ୍ଧି ନେଇ ବିରୋଧୀ ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ଜୁଲାଇ ମାସ ପୂର୍ବରୁ। ଜୁଲାଇ ପରେ ବେକାରୀ ବୃଦ୍ଧି ସତ୍ୟ ଆଧାରିତ ନୁହେଁ। ୨୦୨୨ – ୨୦୨୩ ର ରିପୋର୍ଟ ଅନୁସାରେ ବେକାରୀ କ୍ଷେତ୍ରରେ ଜାତୀୟ ହାର ଠାରୁ ରାଜ୍ୟରେ ବେକାରୀ ଅଧିକ ଥିଲା। ଜାତୀୟ ହାର ୩.୨ ଥିବା ବେଳେ ରାଜ୍ୟରେ ଥିଲା ୩.୯। ଏବେ ନୂଆ ସରକାର ନିଯୁକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି।୫ ବର୍ଷ ଭିତରେ ୧ ଲକ୍ଷ ୫୦ ହଜାର ପଦବୀ ପୂରଣ ପାଇଁ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ମୂଳ ପଦବୀ ରହିଛି ୧ ଲକ୍ଷ ୩୨ ହଜାର ୪୫୯। ଏହା ମଧ୍ୟରୁ ୯୨ ହଜାରରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଦ୍ଵାରା ଅନୁମୋଦନ ମିଳି ସାରିଛି। ସେଥିରୁ ୭୮ ହଜାର ୯୧୯ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗାମୀ ୨ ବର୍ଷ ମଧ୍ୟରେ ୬୫ ହଜାର ପଦବୀ ପୂରଣ କରାଯିବ ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ।

Leave A Reply

Your email address will not be published.