ରାତିରେ ନିଦ ହେଉନି.. ଜାଣନ୍ତୁ ନିଦ ହେବାର ସରଳ ଉପାୟ
ବ୍ୟୁରୋ: ରାତିରେ ନିଦ ନ ହେବା ଏବେ ସାଧାରଣ କଥାରେ ପରିଣତ ହୋଇଗଲାଣି। ଅନେକ ଲୋକେ ଏବେ ଏହି ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ରିପୋର୍ଟ କହୁଛି ୨୫ରୁ ୪୫ ବର୍ଷ ବୟସ ବ୍ୟକ୍ତିଙ୍କ ଭିତରେ ଏବେ ଏହି ସମସ୍ୟା ଦେଖା ଯାଉଛି। ରାତିରେ ସେମାନଙ୍କୁ ନିଦ ହେଉନି। ଏଥିପାଇଁ ଯେତେ ଡାକ୍ତରୀ ପରାମର୍ଶ ନେଇ ଔଷଧ ଖାଇଲେ ମଧ୍ୟର ରାତିରେ ନିଦ ହେଉନି। ତେବେ କରିବେ କଣ। କଣ କଲେ ରାତିରେ ନିଦ ହେବ। ଏଥିପାଇଁ ରହିଛି ସରଳ ଉପାୟ। ଏହି ଉପାୟ ଆପଣଇଲେ ଆପଣ ଏହି ନିଦ ନ ହେବା ସମସ୍ୟାରୁ ମୁକୁଳି ପାରିବେ।
ପ୍ରତ୍ୟେକ ଦିନ ଆପଣ ଠିକ୍ ସମୟରେ ଶୋଇବା ଉଚିତ୍। ଠିକ୍ ସମୟରେ ମଧ୍ୟ ଉଠିବା ଉଚିତ୍। ଠିକ ସମୟରେ ଶୋଇକି ଉଠିଲେ ସ୍ୱାସ୍ଥ୍ୟ ଭଲ ରୁହେ। ଶରୀର ଓ ମନ ସୁସ୍ଥ ରହେ। କେମିତି ଭଲ ନିଦ ହେବ ଏବେ ଜାଣି ନିଅନ୍ତୁ। ନିଦ ପାଇଁ ଏକ ଉପଯୁକ୍ତ ସ୍ଥାନର ନିହାତି ଆବଶ୍ୟକତା ଥାଏ। ଫଳରେ ଆପଣ ଆରାମଦାୟକ ରୂପେ ଶୟନ କରି ପାରିବେ। ଖାଇବା କିମ୍ବା ପିଇବା ପରେ ସଙ୍ଗେ ସଙ୍ଗେ ବିଛଣାକୁ ଗଲେ ନିଦ ହୋଇ ନ ଥାଏ। ଆପଣ ଯଦି କିଛି ମାଦକ ଦ୍ରବ୍ୟ ସେବନ କରୁଛନ୍ତି ତେବେ ଏହାକୁ ପରିତ୍ୟାଗ କରିବା ଉଚିତ୍ କାରଣ ନିଶା ନିଦର ପରମ ଶତ୍ରୁ ଭଳି କାର୍ଯ୍ୟ କରିଥାଏ। ରାତିରେ ଭଲ ନିଦ ପାଇଁ ଶୋଇବା ଘରେ ହାଲକା ଲାଇଟ ଲଗାନ୍ତୁ। ବେଡ଼ରୁମକୁ ଯେମିତି ବାହାର ପବନ ଆସି ପାରୁଥିବ ସେ ନେଇ ସୁବିଧା କରନ୍ତି। ଏସି ଲଗେଇଲେ ବି ବାହାର ପବନ ଦେହ ପାଇଁ ଭଲ। ଯେତେ ସମ୍ଭବ ରାତିରେ ମୋବଇଲ ଠାରୁ ଦୁରେଇ ରୁହନ୍ତୁ। ଖାଇ ସାରି ବେଡ଼କୁ ଯିବା ପୂର୍ବରୁ ମୋବାଇଲ ଧରନ୍ତୁ ନାହିଁ। ଖାଇବା ପିଇବା ଠିକ ରହିଲେ ଭଲ ନିଦ ହୁଏ। ରାତିରେ ସବୁବେଳେ କମ ଖାଦ୍ୟ ନିଅନ୍ତୁ। ହେଭି ଖାଦ୍ୟ ନେଲେ ନିଦ ଭଲ ହୁଏନି। ତେଣୁ ଯଥା ସମ୍ଭବ ଚେଷ୍ଟା କରନ୍ତୁ କମ ଖାଦ୍ୟ ନେବା ପାଇଁ। ଏମିତି ସବୁ ଉପାୟ କଲେ ଆପଣ ନିଦ ନ ହେବା ସମସ୍ୟାରୁ ମୁକୁଳି ପାରିବେ।