thelifelinemedia
Latest Odisha News, Breaking News Today

ଆରମ୍ଭ ହେଲା କୁକୁଡ଼ା ମରା ଅଭିଯାନ, ମାଲିକଙ୍କୁ ମିଳିବ ଅନୁକମ୍ପା ରାଶି

ଭୁବନେଶ୍ୱର: ପିପିଲି ବାର୍ଡ ଫ୍ଲୁ ଘଟଣା ସାରା ରାଜ୍ୟ ପାଇଁ ଚିନ୍ତା ବଢାଇଛି। ବ୍ଲାର୍ଡ-ଫ୍ଲୁ ଆତଙ୍କ ପରେ ଆଜିଠୁ ମରାହେବ ଦେଶୀ କୁକୁଡ଼ା । ପୁରୀ ଜିଲ୍ଲା ପିପିଲି ଓ ସତ୍ୟବାଦୀର ସଂକ୍ରମିତ ଅଞ୍ଚଳରେ ଆରମ୍ଭ ହେବ ଦେଶୀ କୁକୁଡ଼ା ଓ ବତକ ମରା ଅଭିଯାନ। ୩ ଦିନରେ ମାଟିରେ ପୋତା ଗଲାଣି ୨୬ହଜାରରୁ ଅଧିକ କୁକୁଡା। ଏହାରି ଭିତରେ ଏକ କୁକୁଡା ଚାଷୀଙ୍କ ପାଇଁ ଆସିଛି ଭଲ ଖବର। ବାର୍ଡ ଫ୍ଲୁକୁ ନେଇ ଆତଙ୍କିତ ନ ହୋଇ ସଂକ୍ରମିତ କୁକୁଡ଼ାଙ୍କୁ ମାରି ପୋତିଲେ ସେ ବାବଦରେ ଫାର୍ମ ମାଲିକଙ୍କୁ ଅନୁକମ୍ପା ରାଶି ମିଳିବ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ପିପିଲି ସତ୍ୟବାଦୀ ଦୁଇଟି ଜାଗାରେ ରିପୋର୍ଟ ହେବା ସହ କୁକୁଡ଼ା ମରା ଅଭିଯାନ ଚାଲିଛି। ଏନେଇ ଷ୍ଟେଟ ରାପିଡ ରେଷ୍ପନ୍ସ ଟିମ୍ ଓ ଜିଲ୍ଲା ରାପିଡ ରେଷ୍ପନ୍ସ ଟିମ୍ କାର୍ଯ୍ୟ କରୁଛନ୍ତି।ଏହି ଦୁଇ ଜାଗାକୁ ଛାଡ଼ିଲେ ଅନ୍ୟ କୌଣସି ସ୍ଥାନରେ ଚିହ୍ନଟ ହୋଇନାହିଁ। ଲୋକଙ୍କୁ ସଚେତନ କରାଯିବା ସହ ଘରକୁ ଘର ବୁଲି ପାମ୍ପଲେଟ ବଣ୍ଟାଯାଉଛି। ଯେଉଁମାନେ ସଂକ୍ରମିତ କୁକୁଡ଼ା ସଂସ୍ପର୍ଶରେ ଆସୁଛନ୍ତି, ସେମାନଙ୍କୁ ଚିହ୍ନଟ କରି ପ୍ରତିଷେଧକ ଔଷଧ ଦିଆଯାଉଛି। ଯେଉଁ ଅଞ୍ଚଳରେ ସଂକ୍ରମଣ ରହିଛି ସେ ସ୍ଥାନରେ ଚିକେନ ନଖାଇବାକୁ ପରାମର୍ଶ ଦିଆଯାଇଛି। ବାର୍ଡ ଫ୍ଲୁର ହଟ୍ ସ୍ପଟ୍ ପାଲଟିଛି ପିପିଲି।

ସେପଟେ ଏହି ରୋଗ ମଣିଷକୁ କିପରି ସଂକ୍ରମିତ ନହେବ ସେଥିପାଇଁ ଆଶାକର୍ମୀଙ୍କୁ ନିୟୋଜିତ କରାଯାଇଛି । ନମୁନା ପରୀକ୍ଷା ସହ ସଂପୃକ୍ତ ବ୍ୟକ୍ତିଙ୍କୁ ଅନ୍ୟମାନଙ୍କଠାରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବେ। ସେପଟେ ଏହି ରୋଗ ମଣିଷକୁ କିପରି ସଂକ୍ରମିତ ନହେବ ସେଥିପାଇଁ ଆଶାକର୍ମୀଙ୍କୁ ନିୟୋଜିତ କରାଯାଇଛି ।

Leave A Reply

Your email address will not be published.