ମଧ୍ୟପ୍ରାଚ୍ୟରେ ଘନେଇଲା ମହାଯୁଦ୍ଧ

ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ମହାସଙ୍କଟ। ଇସ୍ରାଏଲ ଓ ହମାସ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ଏବେ ଉଗ୍ର ରୂପ ନେଇଛି। ଲେବାନନ ସ୍ଥିତ ଆତଙ୍କୀ ସଙ୍ଘଠନ ହେଜବୁଲ୍ଲା ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ସ୍ଥିତି ମହାଯୁଦ୍ଧ ଆଡକୁ ଘନେଇଛି। ଇରାନ ସମର୍ଥିତ ଏହି ଆତଙ୍କୀ ସଂଗଠନ ଇସ୍ରାଏଲ ଉପରେ ୩୦୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ କରିଛି। ଅନ୍ୟପଟେ ଜବାବୀ ହମଲା କରିଛି ଇସ୍ରାଏଲ। ହେଜବୋଲ୍ଲା ଉପରେ ୨୭୦ କ୍ଷେପଣାସ୍ତ୍ର ମାଡ଼ କରିଛି ଇସ୍ରାଏଲ। ସ୍ଥିତି ବିଗିଡ଼ିବା ନେଇଇସ୍ରାଏଲ ଦେଶରେ ଜରୁରୀ ପରିସ୍ଥିତି ଜାରି କରିଛି। ହିଜବୁଲ ଏହି ଆକ୍ରମଣ ପରଠାରୁ ଲେବାନନ୍ ସୀମାନ୍ତରେ ଥିବା ଇସ୍ରାଏଲ୍ ଅଞ୍ଚଳରେ କ୍ରମାଗତ ଭାବରେ ସାଇରନ୍ ଶବ୍ଦ ଶୁଣିବାକୁ ମିଳୁଛି। ଏହି ଆକ୍ରମଣ ପରେ ଇସ୍ରାଏଲ୍ ସେନା ସମଗ୍ର ଇସ୍ରାଏଲରେ ୪୮ ଘଣ୍ଟିଆ ଜରୁରୀକାଳୀନ ପରିସ୍ଥିତି ଲଗାଇଛି।
ମଧ୍ୟପ୍ରାଚ୍ୟ ଅଶାନ୍ତ ନେଇ ପ୍ରତିକ୍ରିୟାଶୀଳ ହୋଇଛି ଆମେରିକା। ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ-ହିଜବୁଲର ସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଇସ୍ରାଏଲ ପ୍ରତିପକ୍ଷଙ୍କ ସହ ବୈଠକ କରୁଛନ୍ତି। ଆମେରିକା ଏହା ମଧ୍ୟ କହିଛି ଯେ ଆମେ ଇସ୍ରାଏଲର ଆତ୍ମରକ୍ଷା ଅଧିକାରକୁ ସମର୍ଥନ କରିବୁ ଏବଂ ଆଞ୍ଚଳିକ ସ୍ଥିରତା ପାଇଁ କାର୍ଯ୍ୟ ଜାରି ରଖିବୁ। ଖୁବ ଶୀଘ୍ର ଯୁଦ୍ଧ ଅସ୍ତ୍ରବିରତି ଚୁକ୍ତିନାମା କରିବାକୁ ଆମେରିକା ଅପିଲ କରିଛି।