thelifelinemedia
Latest Odisha News, Breaking News Today

ଦେଶ ପାଳୁଛି ୭୮ତମ ସ୍ବାଧୀନତା ଦିବସ

ବ୍ୟୁରୋ: ଦେଶ ପାଳୁଛି ୭୮ତମ ସ୍ବାଧୀନତା ଦିବସ ।ଦେଶର କୋଣ ଅନୁକୋଣରେ ପ୍ରତିଫଳିତ ହେଉଛି ସ୍ୱାଧୀନତା ସଂକଳ୍ପର ବିଜୟ ଦିବସ। ଆଜି ଦେଶ ମନେ ପକାଉଛି ବିର ସଂଗ୍ରାମୀଙ୍କୁ ଯେଉଁମାନେ ଦେଶ ସ୍ୱାଧୀନ ପାଇଁ ନିଜ ବଳିଦାନ ଦେଇଛନ୍ତି। ଲାଲକିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ କରି ୨୦୪୭ ବିକଶିତ ଭାରତ କଥା କହିଛନ୍ତି ମୋଦି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଗାତାର ୧୧ତମ ଥର ପାଇଁ ଲାଲକିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଜବାହରଲାଲ ନେହେରୁ ଓ ଇନ୍ଦିରା ଗାନ୍ଧୀଙ୍କ ପରେ ସେ ତୃତୀୟ ପ୍ରଧାନମନ୍ତ୍ରୀ ଭାବେ କ୍ରମାଗତ ୧୧ଥର ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ୧୪୦ କୋଟି ଦେଶବାସୀ ଯଦି ସଂଙ୍କଳ୍ପ ନିଅନ୍ତି, ପାଦରେ ପାଦ ଓ କାନ୍ଧରେ ଆମେ ସମୃଦ୍ଧ ଗଢିପାରିବା । ବିକଶିତ ଭାରତ ୨୦୪୭ କେବଳ ଭାଷଣ ନୁହେଁ । ଏଥିପାଇଁ ଆମକୁ ଅନେକ ପରାମର୍ଶ ମିଳିଛି । ଦେଶବାସୀଙ୍କ ସ୍ବପ୍ନ ଏଥିରେ ପ୍ରତିଫଳିତ ହେଉଛି ବୋଲି ମୋଦି କହିଛନ୍ତି।
ଲାଲକିଲ୍ଲା କାର୍ଯ୍ୟକ୍ରମରେ ୬ ହଜାର ଅତିଥିଙ୍କୁ ନିମନ୍ତ୍ରିତ କରାଯାଇଛି। ଚାଷୀ, ଆଦିବାସୀ, ମହିଳା, ଆଶା କର୍ମୀ ଭଳି ଅତିଥି ରହିଛନ୍ତି। ତାସହ ଅଟଳ ଇନୋଭେସନ୍ ମିଶନ, ପିଏମ୍ ଶ୍ରୀ, ‘ମେରା ୟୁବା ଭାରତ’ ଭଳି ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ ଥିବା ଓ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଛାତ୍ରଛାତ୍ରୀ ବି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।

Leave A Reply

Your email address will not be published.