ପୁଣି ବର୍ଷେ ବଢିଲା କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲାଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ: ପୁଣିଥରେ ବଢ଼ିଲା କେନ୍ଦ୍ର ଗୃହ ସଚିବଙ୍କ କାର୍ଯ୍ୟକାଳ। ପୁଣିଥର କେନ୍ଦ୍ର ସରକାର କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲାଙ୍କର କାର୍ଯ୍ୟକାଳ ଏକ ବର୍ଷ ପାଇଁ ବୃଦ୍ଧି କରିଛନ୍ତି। ୨୦୨୩ ଅଗଷ୍ଟ ୨୨ ତାରିଖ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି।
ଏହା ପୂର୍ବରୁ ୨ ଥର ଅଜୟଙ୍କ କାର୍ଯ୍ୟକାଳ ବଢ଼ିଥିବା ବେଳେ ଆଜି ତୃତୀୟ ଥର ପାଇଁ ପୁଣି କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। କ୍ୟାବିନେଟ୍ ନିଯୁକ୍ତି କମିଟି କାର୍ଯ୍ୟକାଳ ବୃଦ୍ଧିକୁ ଅନୁମୋଦନ କରିଛି ବୋଲି ମିନିଷ୍ଟ୍ରି ଅଫ୍ ପର୍ସୋନେଲ୍ ଅର୍ଡର ଇସୁ କରିଛି।
୧୯୮୪ ବ୍ୟାଚ୍ର ଆସାମ-ମେଘାଳୟ କ୍ୟାଡର ଆଇଏସ୍ ଅଫିସର ଅଜୟ କୁମାର ଭଲ୍ଲା ୨୦୧୯ ଅଗଷ୍ଟରେ କେନ୍ଦ୍ର ଗୃହ ସଚିବ ଭାବେ ନିଯୁକ୍ତ ହୋଇଥିଲେ। ପରେ ତାଙ୍କ କାର୍ଯ୍ୟାକାଳ ୨୦୨୧ ଅଗଷ୍ଟ ୨୨କୁ ବୃଦ୍ଧି କରାଯାଇଥିଲା। ଏହାପରେ ଚଳିତ ବର୍ଷ ଅଗଷ୍ଟକ ୨୨ ପର୍ଯ୍ୟନ୍ତ ଦ୍ୱିତୀୟ ଥର ପାଇଁ କାର୍ଯ୍ୟକାଳ ବୃଦ୍ଧି ହୋଇଥିଲା। ତେବେ ତା ପୂର୍ବରୁ ୨୦୨୦ରେ ସେ ଅବସର ନେବେ ବୋଲି ପ୍ରସ୍ତୁତି ଚଳାଇଥିଲେ।