thelifelinemedia
Latest Odisha News, Breaking News Today

ଦେବାଶିଷ-ସମ୍ବିତ୍ ମୁହାଁମୁହିଁ

ବ୍ୟୁରୋ: ବିଜେଡି ନେତା ଦେବାଶିଷ ସାମନ୍ତରାୟଙ୍କ ଉପରେ ବର୍ଷିଲେ ସମ୍ବିତ ରାଉତରାୟ । ଲୋକେ ଦାମ ବାବୁଙ୍କ ପରିବାରକୁ ପ୍ରତ୍ୟାଖ୍ୟାନ କରିଥିବା ଉକ୍ତିରେ ଜବାବ ରଖିଛନ୍ତି ସମ୍ବିତ। ସମ୍ବିତ କହିଛନ୍ତି ୨୦୧୯ରେ ସେ ୭୦ହଜାର ଭୋଟ ପାଇଥିଲେ ଆଉ ୨୦୨୪ରେ ବି ପାଖାପାଖି ୭୦ ହଜାର ଭୋଟ ମିଳିଛି। କଂଗ୍ରେସ ଗତ ନିର୍ବାଚନରେ ୪୮ ହଜାର ଭୋଟ ପାଇଥିବା ବେଳେ ଏଥର ମାତ୍ର ୮ ହଜାର ଭୋଟ ପାଇଛି।

ଲୋକେ ଆମକୁ କେମିତି ପ୍ରତ୍ୟାଖ୍ୟାନ କଲେ ବୋଲି ପ୍ରଶ୍ନ କରିଛନ୍ତି ସମ୍ବିତ। ୨୦୧୯ ରେ ବିଜେଡ଼ିର ଅନେକ ଅନାମଧେୟ ନେତା ଜିତିଥିବା ବେଳେ ବିଜେଡି ଗଡରେ ହାରିଲେ ଦେବାଶିଷ। ୨୦୨୪ରେ ତାଙ୍କ ଜିଲ୍ଲା ସଭାପତି ସମୟରେ ବିଜେଡି ତୃତୀୟ ସ୍ଥାନରେ ରହିଲା। ଦେବାଶିଷ ସାମନ୍ତରାୟଙ୍କ ଲୋକ ମୋ ବିରୁଦ୍ଧରେ ଖୋଲାଖୋଲି ୨୪ ନିର୍ବାଚନରେ ପ୍ରଚାର କଲେ । ମୁଁ ସେ କଥା ମଧ୍ୟ ତାଙ୍କୁ ଜଣାଇଛି । କିନ୍ତୁ କୌଣସି ବିହିତ ପଦକ୍ଷେପ ନେଲେ ନାହିଁ ବୋଲି ସମ୍ବିତ କହିଛନ୍ତି। ସମ୍ବିତ କହିଛନ୍ତି ମୁଁ କହିଥିଲି କି ଢୋଲ ଭିତରେ ମୂଷା। ଦେବାଶିଷ ସାମନ୍ତାରାୟଙ୍କୁ କିଛି କହିନଥିଲି କିନ୍ତୁ ସେ କାହିଁକି ବ୍ୟକ୍ତିଗତ ଆକ୍ଷେପ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସମ୍ବିତ ରାଉତରାୟ।

ପୂର୍ବରୁ ବିଜେଡିର ପରାଜୟ ପଛରେ ଦଳୀୟ ମୂଷା ଭୂମିକା କଥା କହିଥିଲେ ସମ୍ବିତ । ନବୀନ ପଟ୍ଟନାୟକ ହାରିନାହାନ୍ତି ତାଙ୍କୁ ସୁଚିନ୍ତିତ ଭାବେ ହରାଇ ଦିଆଯାଇଛି। ଢୋଲ ଭିତରେ ମୂଷା ରହିଲେ ସେଥିପାଇଁ ଆମେ ହାରିଲୁ। ମୂଷା କିଏ ଆପଣ ଜାଣିଥିବେ। ଆଜି ନହେଲେ କାଲି ସେ ମୂଷା କଢ଼ା ହେବେ। ବରିଷ୍ଠ ନେତାମାନେ ଆଲୋଚନା କରୁଛନ୍ତି। ମୂଷା ରହିଲେ ଆପଣଙ୍କ ଧନ, ସମ୍ପତ୍ତି ଲୁଟ ହେବାର ଆଶଙ୍କା ରହିଛି ବୋଲି ସମ୍ବିତ କହିଥିଲେ।

Leave A Reply

Your email address will not be published.