thelifelinemedia
Latest Odisha News, Breaking News Today

ହୀରାକୁଦରେ ୨୦ ଗେଟ୍‌ ଦେଇ ଚାଲିଛି ଜଳ ନିଷ୍କାସନ

ମହାନଦୀରେ ବନ୍ୟା ସ୍ଥିତିରେ ସୁଧାର ଆସିଛି। ତେବେ ଆଉ ଏକ ଲଘୁଚାପ ଅବପାତର ରୂପ ନେବା ଏବଂ ଏହାରି ପ୍ରଭାବରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ବନ୍ୟା ପ୍ରଭାବିତ ଲୋକଙ୍କ ଚିନ୍ତା ବଢାଇ ଦେଇଛି। ବର୍ତ୍ତମାନ  ହୀରାକୁଦ ଡ୍ୟାମର ୨୦ଟି ଗେଟ ଖୋଲା ଯାଇ ଜଳ ନିଷ୍କାସନ ଚାଲିଛି। ଡ୍ୟାମର ଜଳସ୍ତର ୬୨୧.୯୩ ଫୁଟ୍ ରହିଛି। ହୀରାକୁଦକୁ ପ୍ରତି ସେକେଣ୍ଟରେ ୩ ଲକ୍ଷ ଜଳ ପ୍ରବେଶ କରୁଥିବା ବେଳେ ୨୦ ଗେଟ୍ ଦେଇ ନିଷ୍କାସନ ହେଉଛି ୪ ଲକ୍ଷ କ୍ୟୁସେକ ଜଳ। ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା।

ମୁଣ୍ଡଳୀ ନିକଟରେରେ ମହାନଦୀରେ କମୁଛି ଜଳସ୍ତର। କଟକ ମୁଣ୍ଡଳୀ ନିକଟରେ ମହାନଦୀରେ ଅପରାହ୍ନ ଚାରିଟା ସୁଦ୍ଧା ନଅ ଲକ୍ଷ ୪୧ହଜାର ଦୁଇ ଶହ ତିନି ଘନ ଫୁଟ ଜଳ ପ୍ରବାହିତ ହେଉଛି। ସେହି ଭଳି ମୁଣ୍ଡଳୀର ଉପର ମୁଣ୍ଡରେ ଜଳ ସ୍ତର ୯୪.୪୦ ଫୁଟ ଥିବା ବେଳେ ତଳ ମୁଣ୍ଡର ଜଳ ସ୍ତର ୯୨.୧୦ଫୁଟ ରହିଛି। ମୁଣ୍ଡଳୀ ଠାରେ ମହାନଦୀର ବିପଦ ସଙ୍କେତ ହେଉଛି ୯୭.୫୦ ଫୁଟ।

Leave A Reply

Your email address will not be published.