thelifelinemedia
Latest Odisha News, Breaking News Today

ସେପ୍ଟେମ୍ୱର ୧ରେ ମା’ ସମଲେଶ୍ୱରୀଙ୍କ ପାଖେ ଲାଗି ହେବ ନବାନ୍ନ

ସମ୍ବଲପୁର ୩୧/0୮: ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ଶୁକ୍ରବାର ଲଗ୍ନ ଧାର୍ଯ୍ୟ କରାଯାଇଛି। ସମ୍ବଲପୁରରେ ଥିବା ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁଏହି ଲଗ୍ନ ଧାର୍ଯ୍ଯ କରାଯାଇଛି। ଆସନ୍ତା ସେପ୍ଟେମ୍ୱର ମାସ ୧ ତାରିଖରେ ପୂର୍ବାହ୍ଣ ୧୦:୫୬ରୁ ୧୧ ଟା ମଧ୍ୟରେ ମା ସମଲେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ହେବ।

ସମ୍ବଲପୁର ବ୍ରହ୍ମପୁରା ମନ୍ଦିର ପରିସରରେ ବ୍ରହ୍ମ ପଣ୍ଡିତ ମହାସଭା ବସି ଲଗ୍ନ ନିର୍ଦ୍ଧାରଣ କରିଛନ୍ତି। ପ୍ରଥମେ ବିଦ୍ବାନ,ପଣ୍ଡିତ ପହଞ୍ଚିଲା ପରେ ବିଷ୍ଣୁ ସହଶ୍ର ନାମ ପାଠ କରିଛନ୍ତି। ଏହା ପରେ ମାଁ ସମଲେଶ୍ବରୀଙ୍କ ରାଶି ନକ୍ଷତ୍ର ଗଣନା କରି ଏହି ଲଗ୍ନ ନିର୍ଦ୍ଧାରଣ କରାଯାଇଛି। ବ୍ରହ୍ମ ପଣ୍ଡିତ ମହାସଭାରେ ପଞ୍ଜିକା ଦେଖିବା ପରେ ଲଗ୍ନ ନିର୍ଦ୍ଧାରଣ କରାଯାଇଛି । ସେହି ଲଗ୍ନ ପତ୍ରକୁ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ କମିଟି ସଦସ୍ଯ ଓ ମନ୍ଦିର ପୂଜକ ଯାଇ ମାଁ ସମଲେଶ୍ବରୀଙ୍କଠାରେ ଲଗ୍ନପତ୍ର ଦେବେ।ଅନ୍ୟପଟେ ନୂଆଖାଇ ପାଇ ସମ୍ୱଲପୁରର ବିଭିନ୍ନ ଅଞ୍ଚଳ ଏବେ ଚଳଚଞ୍ଚଳ ହେଲାଣି।

Leave A Reply

Your email address will not be published.