ଚାଉଳଠାରୁ ତେଲ ଯାଏଁ ସବୁର ଦର ଆକାଶଛୁଆଁ

ଭୁବନେଶ୍ୱର: ଆକାଶଛୁଆଁ ହେଉଛି ଅତ୍ୟାବଶ୍ୟକ ସାମଗ୍ରୀ ଦର । ଗତ କିଛି ଦିନ ହେଲା ଡାଲି, ଚାଉଳ ଦର ଅହେତୁକ ଭାବେ ବଢ଼ିବାରେ ଲାଗିଛି । ଖୁଚୁରା ବଜାରରେ ଏହାର ଅଧିକ ପ୍ରଭାବ ଦେଖିବାକୁ ମିଳୁଛି । ଏପଟେ କିଛିଦିନ ହେବ ରାଜ୍ୟର ପରିବା ମାର୍କେଟ ଉପରେ ବି ଚଡ଼କ ପଡିଛି । ଏହାକୁ ନେଇ ଚିନ୍ତାରେ ଖାଉଟି ।
ଆକାଶଛୁଆଁ ହେଉଛି ବଜାର ଦର । ପରିବା ହେଉ କି ଡାଲି, ଚାଉଳ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ କିଛି ଦିନ ମଧ୍ୟରେ ବଢ଼ିଯାଇଛି ଦରଦାମ । କଟକ ମାଲଗୋଦାମ ସମେତ ଭୁବନେଶ୍ୱରର ପାଇକାରୀ ବଜାରରେ ଯେତିକି ଦାମ ବଢୁଛି, ତାହାଠାରୁ ଅଧିକ ଦାମ ବଢିବାରେ ଲାଗିଛି ଖୁଚୁରା ଦୋକାନରେ । ଯାହକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଖାଉଟି ।