ବ୍ଲକ୍ ହେଲା ୮ ‘ୟୁଟ୍ୟୁବ୍ ଚାନେଲ୍’

ନୂଆଦିଲ୍ଲୀ: ‘ମିଥ୍ୟା, ଭାରତ-ବିରୋଧୀ’ ଏବଂ ସାମ୍ପ୍ରଦାୟିକ’ ବିଷୟବସ୍ତୁ ଥିବାରୁ ୭ଟି ଭାରତୀୟ ଏବଂ ଗୋଟିଏ ପାକିସ୍ତାନୀ ଚାନେଲ୍ ସମେତ ୮ଟି ‘ୟୁଟ୍ୟୁବ୍ ଚାନେଲ୍’କୁ ଭାରତ ସରକାର ବ୍ଲକ୍ କରାଇଛନ୍ତି।
ଏହାକୁ ମିଶାଇ ଗତବର୍ଷ ଡିସେମ୍ବର ମାସରୁ ସମୁଦାୟ ୧୦୨ଟି ‘ୟୁଟ୍ୟୁବ୍ ଆକାଉଣ୍ଟ୍’ ବ୍ଲକ୍ କରାଗଲାଣି। ‘ଆଇଟି ରୁଲ୍ସ୍ ୨୦୨୧’ରେ ଥିବା ଜରୁରୀ କ୍ଷମତା ପ୍ରୟୋଗ କରାଯାଇ ଚାଲିଥିବା ଉପରୋକ୍ତ ‘ବ୍ଲକ୍’ ଅଭିଯାନରେ ଗୋଟାଏ ‘ଫେସ୍ବୁକ୍ ଆକାଉଣ୍ଟ୍’ ମଧ୍ୟ ବ୍ଲକ୍ କରିଦିଆଯାଇଛି ବୋଲି ଆଜି ଏକ ରିଲିଜ୍ରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ କହିଛି।
ମନ୍ତ୍ରାଳୟ କହିଛି, ପ୍ରାୟ ୮୬ ଲକ୍ଷ ‘ସବ୍ସ୍କ୍ରାଇବର୍’ ଓ ୧୧୪ କୋଟି ‘ଭିୟୁ’ ଥିବା ୮ଟିଯାକ ‘ୟୁଟ୍ୟୁବ୍ ଚାନେଲ୍’ ମିଥ୍ୟା ଦାବି ଜରିଆରେ ଭାରତରେ ଧାର୍ମିକ ସମ୍ପ୍ରଦାୟଙ୍କ ମଧ୍ୟରେ ଘୃଣା ବିସ୍ତାର କରୁଛି।