thelifelinemedia
Latest Odisha News, Breaking News Today

ସୃଷ୍ଟିହେଲା ଲଘୁଚାପ: ୧୮ରୁ ୨୦ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର: ଉତ୍ତର-ପୂର୍ବ ଏବଂ ପାର୍ଶ୍ୱବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରର ବଙ୍ଗଳାଦେଶ ଏବଂ ମିଆଁମାର ଉପକୂଳରେ ଆଜି ପ୍ରତ୍ୟୁଷ (୧୮ ଅଗଷ୍ଟ, ଗୁରୁବାର) ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସହ ସକ୍ରିୟ ରହିଛି। ଏହା ଆଗାମୀ ୬ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ସୁଦୃଶଃ-ଲଘୁଚାପ ଏବଂ ପରବର୍ତୀ ୨୪ ଘଣ୍ଟା ମଧ୍ୟରେ (ଶୁକ୍ରବାର, ସକାଳ ୮ଟା ସୁଦ୍ଧା) ଅବପାତରେ ପରିଣତ ହେବା ସହ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରିବ।

ଏହାର ପ୍ରଭାବରେ ଆଜିଠାରୁ (୧୮ ଅଗଷ୍ଟ ଗୁରୁବାରରୁ) ରାଜ୍ୟରେ ବର୍ଷାର ବିସ୍ତୃତି ଆରମ୍ଭ ହେବ। ଉପକୂଳ ସମେତ ପାର୍ଶ୍ୱବର୍ତ୍ତୀ କିଛି ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଚେତାବନୀ ଜାରି ହୋଇଛି। ୧୯ ଅଗଷ୍ଟ ଶୁକ୍ରବାରରେ ରାଜ୍ୟ ଉପରେ ଲଘୁଚାପର ସର୍ବାଧିକ ପ୍ରଭାବ ପଡ଼ିବ ଏବଂ ଉପକୁଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏଥିପାଇଁ ଅରେଞ୍ଜ ଚେତାବନୀ ଜାରି କରାଯାଇଛି। ସେହିପରି ୨୦ ଅଗଷ୍ଟ ଶନିବାରରେ ପଶ୍ଚିମ ଓଡି଼ଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ।

Leave A Reply

Your email address will not be published.