thelifelinemedia
Latest Odisha News, Breaking News Today

ଶପଥ ନେବା ପରେ ମୋହନ ସରକାରଙ୍କ ପ୍ରଥମ ଉଦ୍ୟମ, ୪ ବର୍ଷ ପରେ ସାମ୍ବାଦିକଙ୍କ ପାଇଁ ଖୋଲିଲା ଲୋକସେବା ଭବନ

ଭୁବନେଶ୍ୱର: ଆଜି ରାଜ୍ୟରେ ପ୍ରଥମଥର ପାଇଁ ବିଜେପି ସରକାର ଗଠନ ହୋଇଛି । ମନ୍ତ୍ରୀମଣ୍ଡଳ ଶପଥ ନେବାର ଗୋଟିଏ ଘଣ୍ଟା ମଧ୍ୟରେ ଆକ୍ସନମୋଡକୁ ଆସିଛନ୍ତି ସରକାର । ୨୦୨୦ ମାର୍ଚ୍ଚ ମାସରୁ ସାମ୍ବାଦିକଙ୍କ ପାଇଁ ମନା ଥିବା ଲୋକସେବା ଭବନ ତୁରନ୍ତ ସାମ୍ବାଦିକଙ୍କ ପାଇଁ ଖୋଲାହୋଇଛି । ଲୋକସେବା ଭବନକୁ ପ୍ରବେଶ ଅନୁମତି ମିଳିବା ପରେ ଶହ ଶହ ସାମ୍ବାଦିକ ଖୁସିମନରେ ଲୋକସେବା ଭବନ ଅଭିମୁଖେ ବାହାରିପଡିଛନ୍ତି ।
ବିଜେଡି ସରକାରରେ ସାମ୍ବାଦିକଙ୍କ ପାଇଁ ଲୋକସେବା ଭବନ ବନ୍ଦ କରାଯାଇଥିବାବେଳେ ବିଜେପି ତାର ନିର୍ବାଚନୀ ଇସ୍ତାହାରରେ ସରକାରକୁ ଆସିଲେ ତୁରନ୍ତ ଲୋକସେବା ଭବନ ସାମ୍ବାଦିକଙ୍କ ପାଇଁ ଖୋଲା ହେବ ବୋଲି ପ୍ରତିଶ୍ରୁତି ଦେଇଥିଲା । ଯାହାକି ସରକାର ଗଠନ ହେବାର ଗୋଟିଏ ଘଣ୍ଟା ମଧ୍ୟରେ କାର୍ଯ୍ୟକାରୀ କରାଯାଇଛି ।

Leave A Reply

Your email address will not be published.